ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲାର ରାମଗିରିରେ ବସ୍ତ୍ର ବଂଟନ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୧୬ ନଭେମ୍ବର(ହି.ସ.) – କାହାର ଲଜ୍ୟା ନିବାରଣ ପାଇଁ ବସ୍ତ୍ର ପ୍ରଦାନର ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ପ୍ରତି ବର୍ଷ ପରି ଏ ବର୍ଷ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲାର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଗୌଡ଼ ସାହିରେ ଆରମ୍ଭ ହୋଇଛି। ଗ୍ରାମର ଥିବା
ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ରାମଗିରି ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ***


କେନ୍ଦ୍ରାପଡ଼ା, ୧୬ ନଭେମ୍ବର(ହି.ସ.) – କାହାର ଲଜ୍ୟା ନିବାରଣ ପାଇଁ ବସ୍ତ୍ର ପ୍ରଦାନର ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ପ୍ରତି ବର୍ଷ ପରି ଏ ବର୍ଷ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲାର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର ଗୌଡ଼ ସାହିରେ ଆରମ୍ଭ ହୋଇଛି। ଗ୍ରାମର ଥିବା ଆବାଳ ବୃଦ୍ଧ ସମସ୍ତେ ନିଜ ଆବଶ୍ୟଜ ଅନୁଯାୟୀ ପୋଷାକ ସଂଗ୍ରହ କରିଥିଲେ। କୁନି ପିଲାମାନେ ନିଜର ପୋଷାକକୁ ବାଛି ବାଛି ନେଇଥିଲେ। ବୟସ୍କମାନେ ବସ୍ତ୍ର ନେବାପରେ କର୍ମକର୍ତାଙ୍କୁ କଲ୍ୟାଣ କରିଥିଲେ। ବୁଢ଼ୀ ମାମାନେ ଶୀତ ବସ୍ତ୍ରକୁ ଥିରି ହାତରେ ସାଇତି ନେଇଥିଲେ। ଆଜିର କାର୍ଯ୍ୟକ୍ରମକୁ ସେହି ଗ୍ରାମର ବୟସ୍କ ବ୍ୟକ୍ତି ରଙ୍କନିଧି ଗୌଡ଼ ଙ୍କ ଦ୍ୱାରା ଶୁଭାରମ୍ଭ କରାଯଇଥିଲା। ଆଜିର କାର୍ଯ୍ୟକ୍ରମ ସମସ୍ତ କର୍ମକର୍ତାଙ୍କୁ ଆନନ୍ଦ ପ୍ରଦାନ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତିଙ୍କ ସହ ସୁବାଶିଷ ଷଢଙ୍ଗୀ, ଅଭୟ ବେହେରା, ଦେବେନ୍ଦ୍ର ନାୟକ, ସଞ୍ଜୟ ଗାହାଣ, ବୃନ୍ଦାବନ ଗୌଡ଼ ଓ ଗୌରାଙ୍ଗ ନାୟକ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande