ଆତ୍ମସମର୍ପଣ କରିଥିବା ନକ୍ସଲ ଭୂପତି କଲେ ସାଥୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ, ଜାରି କଲେ ମୋବାଇଲ୍ ନମ୍ବର
ଜଗଦଲପୁର, ୦୨ ନଭେମ୍ବର(ହି.ସ.) – ଛତିଶଗଡ଼ରେ ସକ୍ରିୟ ଏବଂ ମହାରାଷ୍ଟ୍ରର ଗଢ଼ଚିରୌଲିରେ ଆତ୍ମସମର୍ପଣ କରିଥିବା ଦେଢ଼କୋଟି ଟଙ୍କାର ମୁଣ୍ଡ ଜାମିନ୍ ନକ୍ସଲ ମୋଜୁଲ୍ଲା ବେଣୁଗୋପାଳ ରାଓ ଓରଫ ଭୂପତି ନିଜର ସାଥିମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତାରେ ନିଜର ଏବଂ ନିଜର ସାଥୀର
ଆତ୍ମସମର୍ପଣ କରିଥିବା ନକ୍ସଲ ଭୂପତି କଲେ ସାଥୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଅନୁରୋଧ, ଜାରି କଲେ ମୋବାଇଲ୍ ନମ୍ବର


ଜଗଦଲପୁର, ୦୨ ନଭେମ୍ବର(ହି.ସ.) – ଛତିଶଗଡ଼ରେ ସକ୍ରିୟ ଏବଂ ମହାରାଷ୍ଟ୍ରର ଗଢ଼ଚିରୌଲିରେ ଆତ୍ମସମର୍ପଣ କରିଥିବା ଦେଢ଼କୋଟି ଟଙ୍କାର ମୁଣ୍ଡ ଜାମିନ୍ ନକ୍ସଲ ମୋଜୁଲ୍ଲା ବେଣୁଗୋପାଳ ରାଓ ଓରଫ ଭୂପତି ନିଜର ସାଥିମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତାରେ ନିଜର ଏବଂ ନିଜର ସାଥୀର ମୋବାଇଲ୍ ନମ୍ବର ଜାରି କରିଛି। ସେ କହିଛି ଯେ ଲଢ଼େଇ ଏବେ ଜନତାଙ୍କ ସହିତ ମିଶି ଲୋକତାନ୍ତ୍ରିକ ଉପାୟରେ ଲଢ଼ାଯିବା ଦରକାର। ଆତ୍ମସମର୍ପଣ କରିବା ପରେ ଭୂପତି ପ୍ରଥମ ଥର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଗତ ୧୫ ଅକ୍ଟୋବରକୁ ମହାରାଷ୍ଟ୍ରର ଗଢ଼ଚିରୌଲିରେ ସରକାର ଆଗରେ ଆତ୍ମସମର୍ପଣ କରିଥିବା ଭୂପତି କହିଛି ଯେ ସଂଗଠନର ଲୋକ ମତେ ଗଦ୍ଦାର କହୁଛନ୍ତି, କିନ୍ତୁ ମୁଁ ଗଦ୍ଦାର ନୁହେଁ। ବର୍ତମାନର ପରିସ୍ଥିତି ବଦଳି ଯାଇଛି। ଏଥିପାଇଁ ନିଜର ଅନ୍ୟ ୬୦ ସାଥିଙ୍କ ସହିତ ଅସ୍ତ୍ରଶସ୍ତ୍ର ଦେଇଛି। ତାଙ୍କର କହିବା ଯେ ଆଜି ମଧ୍ୟ ଦେଶରେ ସଂଗଠନରେ ଉପସ୍ଥିତ କେତେକ ସାଥୀ ଅଂଚଳ ଏବଂ ସରକାର ପାଇଁ ସଂଘର୍ଷକୁ ଅପେକ୍ଷାରେ ଅଛନ୍ତି। ସେ କହିଛନ୍ତି ଏହି ରାସ୍ତାରେ ଚାଲିକରି ଆମେ ଜନତାଙ୍କ ଠାରୁ ଦୂର ହୋଇଛନ୍ତି, ଏହି ରାସ୍ତାର ବିଫଳତାକୁ ଦର୍ଶାଏ। ଆମେ ନିଜ ସାଥୀମାନଙ୍କୁ ହରାଇବା ପରେ ଆତ୍ମସମର୍ପଣର ନିଷ୍ପତି ନେଇଛୁ। ଏବେ ଆମେ ଅସ୍ତ୍ରଶସ୍ତ୍ର ଛାଡ଼ି ଜନତାଙ୍କ ମଧ୍ୟରେ ରହି ତାଙ୍କ ପାଇଁ କାମ କରିବାକୁ ଚାହୁଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande