
ନୱାଦା, ୦୨ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯଦି ବିହାରରେ ପୁଣିଥିରେ ଏନ୍ଡିଏ ସରକାର ହେବ ତେବେ ଏକକୋଟି ଯୁବକଙ୍କୁ ରୋଜଗାର ମିଳିବ। ଉଦ୍ୟୋଗ ଧନ୍ଦାର ଜାଲ ବିଛାଯିବ। ସେ ରବିବାର ଦିନ ନୱାର କୁନ୍ତି ନଗରର ପଡ଼ିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ମଂଚରେ ଉପସ୍ଥିତ ସମସ୍ତ ଏନ୍ଡିଏ ପ୍ରତ୍ୟାଶୀଙ୍କୁ ଜିତାଇବାର ଆହ୍ୱାନ କରି କହିଛନ୍ତି ଯେ କଂଗ୍ରେସ ତଥା ରାଷ୍ଟ୍ରୀୟ ଜନତା ଦଳ ପୁଣିଥିରେ ବିହାରକୁ ଜଙ୍ଗଲ ରାଜର ସ୍ଥିତିରେ ଧକ୍କାଦେବା ଚାହାନ୍ତି। ଯେଉଁଥିପାଇଁ ବିହାରବାସୀ ସତର୍କ ହୋଇ ଏନ୍ଡିଏକୁ ଭୋଟ୍ ଦେବେ। ସେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡା, ଶ୍ରୀ କୃଷ୍ଣାସିଂଙ୍କ ଜନ୍ମସ୍ଥଳୀ ନୱାଦା କହିଛନ୍ତି ଯେ ଆଜି ବିହାର ତାଙ୍କ ବିକାଶକୁ ଭୁଲି ପାରିବ ନାହିଁ। ସେ କହିଛନ୍ତି ଯେ କୃଷି ଏନ୍ଡିଏ ସରକାର ହେବେ ତେବେ ବିହାରରେ ଉଦ୍ୟୋଗର ଜାଲ୍ ବିଛାଯିବ। ସେ କହିଛନ୍ତି ଯେ ଏନ୍ଡିଏ ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇ ଏକ ଐତିହାସିକ କାର୍ଯ୍ୟ କରିଛନ୍ତି। ଅପରେଶନ ସିନ୍ଦୁର କରି ସେ ବିରୋଧିମାନଙ୍କୁ ଘରଭିତରେ ପଶି ମାରିଛନ୍ତି। ଯାହା ବାଦା ଆମେ ପ୍ରଥମରୁ କରିଥିଲୁ। ମୋଦୀ ସବୁବେଳେ କଥା ରକ୍ଷା କରିବା ଜାଣନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି