ଶିକ୍ଷାର ଲକ୍ଷ୍ୟ ହେଉଛି ନୈତିକତା, ସରଳତା ଏବଂ ସମର୍ପଣ ଭଳି ଜୀବନ ମୂଲ୍ୟବୋଧକୁ ଆତ୍ମସାତ କରିବା : ରାଷ୍ଟ୍ରପତି
ହରିଦ୍ୱାର, ୦୨ ନଭେମ୍ବର (ହି.ସ.) – ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ବିଜେତା ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୪୫୪ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେମାନ
ଶିକ୍ଷାର ଲକ୍ଷ୍ୟ ହେଉଛି ନୈତିକତା, ସରଳତା ଏବଂ ସମର୍ପଣ ଭଳି ଜୀବନ ମୂଲ୍ୟବୋଧକୁ ଆତ୍ମସାତ କରିବା : ରାଷ୍ଟ୍ରପତି


ହରିଦ୍ୱାର, ୦୨ ନଭେମ୍ବର (ହି.ସ.) – ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ବିଜେତା ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୪୫୪ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୨ ଜଣ ବିଦ୍ୱାନଙ୍କୁ ବିଦ୍ୟା ବାରିଧି ଡିଗ୍ରୀ ଏବଂ ତିନି ଜଣ ବିଦ୍ୱାନଙ୍କୁ ବିଦ୍ୟା ବାଚସ୍ପତି ଡିଗ୍ରୀ ପ୍ରଦାନ କରାଯାଇଥିଲା, ଯେତେବେଳେ ୬୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତୋକତର ଡିଗ୍ରୀ ଏବଂ ୭୭୪ ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ରବିବାର ଅନୁଷ୍ଠିତ ଏହି ସମାବର୍ତନ ଉତ୍ସବରେ ରାଷ୍ଟ୍ରପ୍ତି ମୁର୍ମୁ ଡିଗ୍ରୀ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ଖୁସି ପ୍ରକାଶ କରିଥିଲେ ଯେ, ଡିଗ୍ରୀ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ଛାତ୍ରୀ ଏବଂ ପଦକ ପାଇଥିବା ଛାତ୍ରୀଙ୍କ ସଂଖ୍ୟା ପୁଅ ମାନଙ୍କ ତୁଳନାରେ ଚାରି ଗୁଣ ଅଧିକ । ଏହି ସଫଳତା ବିକଶିତ ଭାରତର ସ୍ୱରୂପକୁ ସୂଚିତ କରେ ଯେଉଁଠାରେ ମହିଳାମାନେ ନେତୃତ୍ୱ ଭୂମିକା ଗ୍ରହଣ କରୁଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ, ପତଞ୍ଜଳି ବିଶ୍ୱବିଦ୍ୟାଳୟ ମହର୍ଷି ପତଞ୍ଜଳିଙ୍କ ତପସ୍ୟା, ଧ୍ୟାନ ଏବଂ ଜ୍ଞାନର ପରମ୍ପରାକୁ ଆଧୁନିକ ସମାଜ ପାଇଁ ସୁଗମ କରୁଛି । ଯୋଗ, ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ମାଧ୍ୟମରେ ଏକ ସୁସ୍ଥ ଭାରତ ଗଠନରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande