ବିଜେଡିକୁ ଚେତାବନୀ ଦେଲେ ବରିଷ୍ଠ ନେତା ଭୁପିନ୍ଦର
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)-ବିଜେଡିକୁ ଚେତାବନୀ ଦେଲେ ବରିଷ୍ଠ ନେତା ଭୁପିନ୍ଦର । ସମୟ ଥାଉ ଥାଉ ସୁଧୁରିଯାଅ ନ ହେଲେ ଆମେ ବରିଷ୍ଠ ମାନେ ବିକଳ୍ପ ଚିନ୍ତା କରୁଛୁ । ପାଣି ମୁଣ୍ଡ ଉପରେ ବୋହିଲେ ନୂଆ ଦଳ କଥା ବି ଚିନ୍ତା କରିବାକୁ ପଛ ଘୁଞ୍ଚା ଦେବୁ ନାହିଁ । ମୁଁ ଏକା ନାହିଁ
ବିଜେଡିକୁ ଚେତାବନୀ ଦେଲେ     ବରିଷ୍ଠ ନେତା ଭୁପିନ୍ଦର


ଭୁବନେଶ୍ୱର, 25 ନଭେମ୍ବର (ହି.ସ.)-ବିଜେଡିକୁ ଚେତାବନୀ ଦେଲେ ବରିଷ୍ଠ ନେତା ଭୁପିନ୍ଦର । ସମୟ ଥାଉ ଥାଉ ସୁଧୁରିଯାଅ ନ ହେଲେ

ଆମେ ବରିଷ୍ଠ ମାନେ ବିକଳ୍ପ ଚିନ୍ତା କରୁଛୁ । ପାଣି ମୁଣ୍ଡ ଉପରେ ବୋହିଲେ ନୂଆ ଦଳ କଥା ବି

ଚିନ୍ତା କରିବାକୁ ପଛ ଘୁଞ୍ଚା ଦେବୁ ନାହିଁ । ମୁଁ ଏକା ନାହିଁ ଗୋଟେ ବଡ଼ ଗ୍ରୁପ ଆମେ ଅଛୁ ।

ପୂର୍ବରୁ ହୋଟେଲ ବୈଠକ କରି ଆମ କଥା ବି ରଖି ସାରିଛୁ । ନବୀନ ବାବୁଙ୍କ ବ୍ୟତୀତ ଅନ୍ୟ କେହି ଦଳ

କଥା ବୁଝିଲେ ବରିଷ୍ଠ ମାନେ ଆମେ ବିକଳ୍ପ ଚିନ୍ତା କରିବୁ । ବରିଷ୍ଠ ମାନେ ଦଳଠୁ ଦୁରେଇ

ନାହାନ୍ତି ବରଂ ଦଳର ଦାୟିତ୍ବ ରେ ଥିବା ନେତା ମାନେ ବରିଷ୍ଠ ମାନଙ୍କୁ ଦୁରେଇ ଦେଇଛନ୍ତି । ଆମେ

ଦଳର ଭବିଷ୍ୟତ କଥା ଚିନ୍ତା କରୁଥିଲୁ, ଭଲ କଥା କହିଥିଲୁ କିନ୍ତୁ

କୌଣସି ବରିଷ୍ଠ ନେତା ଙ୍କୁ କେଉଁ କମିଟିରେ ରଖା ଗଲା ନାହିଁ । ନିର୍ଦ୍ଦିଷ୍ଟ କିଛି ନେତାଙ୍କୁ

ଦଳର ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ନୂଆପଡ଼ା ପ୍ରାର୍ଥି ସମ୍ପର୍କରେ ମଧ୍ୟ ବରିଷ୍ଠ

ମାନଙ୍କୁ ପଚାରା ଯାଇନାହିଁ ।

ବିଜେଡିର ଏକ ବଡ ଗ୍ରୁପ୍

ମେଳି ବାନ୍ଧିବା ଆରମ୍ଭ ହେଉଛି । ଲୋକ ମତ ଉପରେ ଏବେ ଆମର ଶେଷ ନିଷ୍ପତି ନେବାକୁ ଯାଉଛୁ।

କାହିଁକି ନା ବିଜେଡି ଆଉ ବିଜୁଙ୍କ ଆଦର୍ଶରେ ନାହିଁ।

ସେଥିପାଇଁ ଆମେ ଏକତ୍ରିତ ହେଉଛୁ ବାରମ୍ବାର । ଆମ ଭଳି ଅନେକ ବରିଷ୍ଠ ନେତା ମାନଙ୍କୁ

ବିଜେଡି ଛାଡି ଦେଇଛି। ସେଥିପାଇଁ ଆମେ ହୋଟେଲରେ

ବସି ଆଲୋଚନା କରୁଛୁ । ନୂଆ ଦଳ ଗଠନ କରିବା ପାଇଁ ଚିନ୍ତା କରିଛୁ କିନ୍ତୁ ସମୟ କହିବ କେବେ ହେବ

। ଇତିହାସ କହିଛି କିଛି ନା କିଛି କରିବା ପାଇଁ ବୋଲି କହିଛନ୍ତି ଭୂପିନ୍ଦର ସିଂ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande