
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ)- ଆସନ୍ତା ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଭୟ ନାହିଁ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଂଟାରେ ଏହା ଗଭୀର ଅବପାତରେ ପରିଣତ ହେବ। ପଶ୍ଚିମ ଉତର ପଶ୍ଚିମ ଆଡକୁ ଗତିକରି ୨୪ଘଂଟାରେ ବାତ୍ୟାର ପରିଣତ ହେବ। ଓଡିଶା ଉପରେ ଏହାର ସିଧା ସଳଖ ପ୍ରଭାବ ରହିବ ନାହିଁ। ତାପମାତ୍ରାରେ ମଧ୍ୟ ଆଗାମୀ ୪୮ ଘଂଟା କୌଣସି ପରିବର୍ତନ ହେବନି। କାଲିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ହେବା ସହ ଶୀତ ଅନୁଭବ ହେବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା