କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କଲେ ବାଲିଗୁଡା ଇନଡୋର ଷ୍ଟାଡିୟମ
Baliguda indoor inaugurated by Kandhmal M P Sukanta Panigrahi
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟନ କଲେ ବାଲିଗୁଡା ଇନଡୋର ଷ୍ଟାଡିୟମ


କନ୍ଧମାଳ, ୨୫ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ଆଜି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି l ଆଜିର ଏହି ସମାରୋହରେ ବାଲିଗୁଡା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଉପଖଣ୍ଡ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ. ସୁଶାନ୍ତ କୁମାର ଦାଶ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧ ଆଦିକନ୍ଦ ପଟ୍ଟନାୟକ, ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥୁଲା ଓ ତା'ପରେ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ସାଂସଦ ଶ୍ରୀ ପାଣିଗ୍ରାହି ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ l ବାଲିଗୁଡ଼ା ଆଇଟିଡିଏ ଦ୍ୱାରା ୫୭ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି l ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande