ବାଇକ ଧକ୍କାରେ ପଥଚାରୀ ମୃତ
ବାଇକ ଧକ୍କାରେ ପଥଚାରୀ ମୃତ
ବାଇକ ଧକ୍କାରେ ପଥଚାରୀ ମୃତ


ବାଇକ ଧକ୍କାରେ ପଥଚାରୀ ମୃତ

ବାରିପଦା, 25 ନଭେମ୍ବର (ହି.ସ.)- ରାସ୍ତା କଡରେ ଚାଲି ଚାଲି ଯାଉଥିବା ବେଳେ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଶୁକ୍ରୁଳି ଗ୍ରାମର ସୁଶାନ୍ତ ମହାକୁଡ଼(୪୫)। ସେ ବଜାରରୁ ଗ୍ରାମ ରାସ୍ତା କଡରେ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ ଧକ୍କା ଦେଇଥିଲା। ସେ ଭାରସାମ୍ୟ ହରାଇ ରାସ୍ତାରେ ପଡି ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହେବାରୁ କେନ୍ଦୁଝର ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande