
ମୁଖୀଗୁଡା୨୫ନଭେମ୍ବର (ହି ସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ାଗାଁର ଏକ ନବବିବାହିତା ବୋହୂ ନିଜର ଶାଶୂ ଓ ଦେଢ଼ଶାଶୂର ନିର୍ଯ୍ୟାତନା ସହି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଶାରେ ପତିଗୁଡା ଗ୍ରାମର ସତ୍ୟବାଦୀ ବିଶିଙ୍କ ସ୍ତ୍ରୀ ରୁବିଙ୍କୁ ମଙ୍ଗଳବାର ଅପରାହ୍ନରେ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପତିଗୁଡା ଗାଁର ସତ୍ୟବାଦୀ ବିସି ରୁବିଙ୍କୁ ଗତ ଫେବୃଆରୀ ମାସରେ ବିବାହ କରିଥିଲେ।କିନ୍ତୁ କୌଣସି କାରଣରୁ ନିଜର ଶାଶୁ ଓ ଦେଢ଼ଶାଶୁ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ।ଶେଷରେ ସହି ନପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅପଣେଇଛନ୍ତି ବୋଲି ରୁବିର ବାପା ଘର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଶବଗୃହ ରେ ରଖିଛି ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳୁଛି।
---------------
ହିନ୍ଦୁସ୍ଥାନ ସମାଚାର / ନିହାର