ଫୁଟବଲ ମହାକୁମ୍ଭ ଅଷ୍ଟମ ଦିନରେ, ଖଡ଼ିଆଳ ଏନଏସି, ଭରୁଆମୁଣ୍ଡା, ଚଟିଆଗୁଡ଼ା, ରାଣିମୁଣ୍ଡା ବିଜୟୀ
Odisha, 25 ନଭେମ୍ବର (ହି.ସ.) *ଫୁଟବଲ ମହାକୁମ୍ଭ ଅଷ୍ଟମ ଦିନରେ, ଖଡ଼ିଆଳ ଏନଏସି, ଭରୁଆମୁଣ୍ଡା, ଚଟିଆଗୁଡ଼ା, ରାଣିମୁଣ୍ଡା ବିଜୟୀ* ନୂଆପଡ଼ା,୨୫ ନଭେମ୍ବର (ହି.ସ) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳପଡ଼ିଆରେ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ ଓ ଖଡ଼ିଆଳ ବିଧାୟକ ଅଧି
Football mahakumbha


Odisha, 25 ନଭେମ୍ବର (ହି.ସ.)

*ଫୁଟବଲ ମହାକୁମ୍ଭ ଅଷ୍ଟମ ଦିନରେ, ଖଡ଼ିଆଳ ଏନଏସି, ଭରୁଆମୁଣ୍ଡା, ଚଟିଆଗୁଡ଼ା, ରାଣିମୁଣ୍ଡା ବିଜୟୀ*

ନୂଆପଡ଼ା,୨୫ ନଭେମ୍ବର (ହି.ସ) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳପଡ଼ିଆରେ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ ଓ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଚାଲିଥିବା ଫୁଟବଲ ମହାକୁମ୍ଭ ଆଜି ଅଷ୍ଟମ ଦିବସରେ ପହଞ୍ଚିଛି। ମଙ୍ଗଳବାର ୮ ଟି ଦଳ ପଡ଼ିଆକୁ ଓହ୍ଲାଇଥିବା ବେଳେ ୪ ଟି ମ୍ୟାଚ ହୋଇଥିଲା । ପ୍ରଥମ ମ୍ୟାଚ ଖଡ଼ିଆଳ ଏନଏସି ଓ ସିନାପାଲି ବ୍ଲକ କଇଟପଦର ଦଳ ମଧ୍ୟରେ ଖେଳ ହୋଇଥିଲା । ଖଡ଼ିଆଳ ଏନଏସି ୧/୦ ରେ ବିଜୟ ଲାଭ କରିଥିଲା।ଏଥିରେ ଖଡ଼ିଆଳ ଏନଏସି ଭାଇସ ଚେୟାରମେନ ସଙ୍କୁନ୍ତଲା ରାଉତ, କଇଟପଦର ଗ୍ରାମ ପଞ୍ଚାୟତର ସମିତି ମେମ୍ବର ନରସିଂଙ୍ଗ ହଂସ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଦ୍ଵିତୀୟ ମ୍ୟାଚ ସିନାପାଲି ବ୍ଲକ ଭରୁଆମୁଣ୍ଡା ଓ ଖଡ଼ିଆଳ ବ୍ଲକ ଲାଞ୍ଜି ଦଳ ମଧ୍ୟରେ ଖେଳ ହୋଇଥିଲା। ଭରୁଆମୁଣ୍ଡା ପେନାଲ୍ଟି ସୁଟ ରେ ୩/୧ ରେ ବିଜୟ ଲାଭ କରିଥିଲା।ଏଥିରେ ଖଡ଼ିଆଳର ପୂର୍ବତନ ଖେଳାଳୀ ସୁକେଶ ପଟ୍ଟାୟକ, ଭରୁଆମୁଣ୍ଡା ସରପଞ୍ଚ ବିରଞ୍ଚି ଜଗତ, ଭରୁଆମୁଣ୍ଡା ସମିତି ମେମ୍ବର ଲୋକେଶ ମାଝୀ, ସରପଞ୍ଚ ଲାଞ୍ଜି ଠାକୁର ମାଝୀ ଯୋଗ ଦେଇଥିଲେ। ତୃତୀୟ ମ୍ୟାଚ ସିନାପାଲି ବ୍ଲକ ଚଟିଆଗୁଡ଼ା ଓ ଖଡ଼ିଆଳ ବ୍ଲକ କେନ୍ଦୁପାଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଟିଆଗୁଡ଼ା ୩/୦ ରେ ବିଜୟୀ ହୋଇଥିଲା। ଅତିଥି ଭାବେ କେନ୍ଦୂପାଟି ସରପଞ୍ଚ ଚନ୍ଦ୍ର କୁମାର ଷଣ୍ଢ, ଚଟିଆଗୁଡ଼ା ସରପଞ୍ଚ ପ୍ରତିନିଧି ସଞ୍ଜୀବ ପାତ୍ର, ଖଡ଼ିଆଳ ପରୀକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦେଶକ ତେଜରାଜ ବାଗ ଯୋଗ ଦେଇଥିଲେ । ଚତୁର୍ଥ ମ୍ୟାଚ ସିନାପାଲି ବ୍ଲକ ନୂଆମାଳପଡା ଓ ଖଡ଼ିଆଳ ବ୍ଲକ ରାଣିମୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିଲା। ରାନିମୁଣ୍ଡା ୨/୧ରେ ବିଜୟ ଲାଭ କରିଥିଲା। ଏଥିରେ ଅତିଥି ଭାବେ ରାନିମଣ୍ଡା ସମିତି ମେମ୍ବର ନିରାଶ ଶବର, ରାନିମୁଣ୍ଡା ସରପଞ୍ଚ ବେଲମତି ଭୋଇ ଓ ନୂଆମାଲପଡ଼ା ସରପଞ୍ଚ ପ୍ରତିନିଧି ଗଣେଶ ପୋଡ଼ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ରେଫରୀ ସୁବାଷ କୁଲୁ, ବଳରାମ ସରାଫ, ସୌରଭ ପଣ୍ଡା, ତାପସ ପତି, ଅମୂଲ୍ୟ ବାରିକ, ପୁରନ୍ଦର କରୁଆଁ,ଅନନ୍ତ ବେମାଲ, ଦେବାନ୍ତ ପ୍ରଧାନ ଖେଳ ପରିଚାଳନା କରିଥିଲେ ।ପ୍ରକାଶଚନ୍ଦ୍ର ପାତ୍ର, ଧନଞ୍ଜୟ ମଲ୍ଲିକ, ଭୀମରାଜ ତାଣ୍ଡି, ଜଗଦୀଶ ନାଗ, ବିପିନ ବିଶି ଧାରାବିବରଣୀ ପ୍ରଦାନ କରିଥିଲେ । ଜିତେନ୍ଦ୍ରନାଥ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ବିଶ୍ଵଜିତ ପାଢୀ, ଗୋବର୍ଦ୍ଧନ ସୁନା, ହୀରାଧର ମେହେର, ରୁପେଶ ଛତ୍ରିଆ, ସାନ ଜଗତ, ବଡ଼ ଜଗତ, ପବନ ତ୍ରିବେଦୀ, ତନ୍ମୟ ବାଗ, ଟୁନା ଦୁର୍ଗା, ଦ୍ବିତୀୟ ରଂଜନ ବାଗ, ବରୁଣ ସୁନା, ବିନୋଦ ଦୁରିଆ, ଯୋଗେନ୍ଦ୍ର ପାଣ୍ଡେ, ଦେବ ଠାକୁର, ଧରଣୀ ପଟେଲ, ସୁବାଷ ବଘେଲ, ସଂଜୟ ପଣ୍ଡା, ନୀଳାମ୍ବର ମେହେର, ଅଶୋକ ବାରିକ, ଅମିତାଭ ପଟେଲ, ଗୋବିନ୍ଦ ପଣ୍ଡା, ପ୍ରଶାନ୍ତ ବେହେରା ପ୍ରମୁଖ ସହଯୋଗ କରୁଛନ୍ତି। ସୂଚନା ଥାଉକି ଫାଇନାଲ ଖେଳ ଡିସେମ୍ବର ୪ତାରିଖ ରେ ଅନୁଷ୍ଠିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande