ଯାତ୍ରୀଙ୍କ ଭିଡ଼ ଦୂର ପାଇଁ ଟ୍ରେନରେ ସଂଯୋଗ ହେବ ଅତିରିକ୍ତ କୋଚ୍‌
ଯାତ୍ରୀଙ୍କ ଭିଡ଼ ଦୂର ପାଇଁ ଟ୍ରେନରେ ସଂଯୋଗ ହେବ ଅତିରିକ୍ତ କୋଚ୍‌
ଯାତ୍ରୀଙ୍କ ଭିଡ଼ ଦୂର ପାଇଁ ଟ୍ରେନରେ ସଂଯୋଗ ହେବ ଅତିରିକ୍ତ କୋଚ୍‌


ସମ୍ବଲପୁର, ୨୫, ନଭେମ୍ବର (ହି.ସ.) ୨୦୨୬ ନୂଆବର୍ଷ ଏବଂ ବର୍ତ୍ତମାନର ପର୍ଯ୍ୟଟନ ଋତୁ ପ୍ରାରମ୍ଭରୁ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ସମ୍ବଲପୁର-ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ଏବଂ ସମ୍ବଲପୁର-ନାନ୍ଦେଡ୍-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ରେ ଅସ୍ଥାୟୀ ଭାବରେ କୋଚ୍‌ ସଂଖ୍ୟାରେ ବୃଦ୍ଧି କରିଛି । ଟ୍ରେନ୍ ନମ୍ବର ୦୮୩୧୧ ସମ୍ବଲପୁର-ଇରୋଡ୍ ସ୍ୱତନ୍ତ୍ର ଟ୍ରେନ ରେ ୨୬ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ୍ ସଂଯୋଗ କରାଯିବ ଏବଂ ଟ୍ରେନ୍ ନମ୍ବର ୦୮୩୧୨ ଇରୋଡ୍-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ରେ ୨୮ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ୍ ସଂଯୋଗ କରାଯିବ । ସେହିଭଳି, ଟ୍ରେନ୍ ନମ୍ବର ୨୦୮୦୯ ସମ୍ବଲପୁର-ନାନ୍ଦେଡ୍ ନାଗାବଳୀ ଏକ୍ସପ୍ରେସ୍ ରେ, ୩୦ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ ସଂଯୋଗ କରାଯିବ, ଏବଂ ଟ୍ରେନ୍ ନମ୍ବର ୦୮୩୧୨ ନାନ୍ଦେଡ୍- ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ରେ, ୧ ଡିସେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ସ୍ଲିପର୍ କୋଚ ସଂଯୋଗ କରାଯିବ । ପୂର୍ବତଟ ରେଳପଥ ଆବଶ୍ୟକ ସ୍ଥାନରେ ଅତିରିକ୍ତ କୋଚ୍ ସଂଯୋଗ କରି ଏବଂ ବ୍ୟସ୍ତବହୁଳ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରି ଯାତ୍ରୀ ସୁବିଧା ବୃଦ୍ଧି କରିବାକୁ ପ୍ରତିବଦ୍ଧ। ଯାତ୍ରୀମାନେ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିପାରିବେ ଏବଂ ବର୍ଦ୍ଧିତ କୋଚ୍ ସଂଯୋଗ ସୁବିଧାର ଲାଭ ଉଠାଇପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande