ମାଜିଷ୍ଟେଟ ଏବଂ ପୁଲିସ ଉପସ୍ଥିତିରେ ତାଲା ଭଙ୍ଗା ଗଲା ଦୀର୍ଘ ୨ ବର୍ଷ ଠିକାଦାରଙ୍କ କବଜାରେ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ୩ଟି ଶ୍ରେଣୀ କକ୍ଷ
ଜୟପୁର, 25 ନଭେମ୍ବର (ହି.ସ.):କୋରାପୁଟ ଜିଲ୍ଲା ଜୟପୁର ସହର ନିକସ୍ଥ ଉମୁରୀ ଗ୍ରାମପଞ୍ଚାୟତର ଫୁଲବାଡ ଠାରେ ରହିଥିବା ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟରୁ ୩ଟି କକ୍ଷ ଦୀର୍ଘ ଦୁଇବର୍ଷ ଏହାର ନିର୍ମାଣ କରିଥିବା ସ୍ଥାନୀୟ ଜୈନିକ ଠିକାଦାରଙ୍କ କବଜାରେ ରହିଥିଲା । ଜୟପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍
ମାଜିଷ୍ଟେଟ ଏବଂ ପୁଲିସ ଉପସ୍ଥିତିରେ  ତାଲା ଭଙ୍ଗା ଗଲା  ଦୀର୍ଘ ୨ ବର୍ଷ ଠିକାଦାରଙ୍କ କବଜାରେ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ୩ଟି ଶ୍ରେଣୀ କକ୍ଷ


ଜୟପୁର, 25 ନଭେମ୍ବର (ହି.ସ.):କୋରାପୁଟ ଜିଲ୍ଲା ଜୟପୁର ସହର ନିକସ୍ଥ ଉମୁରୀ ଗ୍ରାମପଞ୍ଚାୟତର ଫୁଲବାଡ ଠାରେ ରହିଥିବା ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟରୁ ୩ଟି କକ୍ଷ ଦୀର୍ଘ ଦୁଇବର୍ଷ ଏହାର ନିର୍ମାଣ କରିଥିବା ସ୍ଥାନୀୟ ଜୈନିକ ଠିକାଦାରଙ୍କ କବଜାରେ ରହିଥିଲା । ଜୟପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ତହସିଲଦରା ତଥା କାର୍ଯ୍ୟକାରୀ ମାଜିଷ୍ଟେଟ ସବ୍ୟସାଚ୍ଚୀ ଜେନା ଏବଂ ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପୁଲିସଦଳର ଉପସ୍ଥିତିରେ ଖଣି ବିଭାଗ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଠିକାଦାରଙ୍କ କବଜାରେ ରହିଥିବା ଏହି ୩ଟି କକ୍ଷକୁ ଭାଙ୍ଗି ନିଜ ଅକ୍ତିଆରକୁ ନେଇଛନ୍ତି । ପ୍ରକାଶଯେ, ଗତ ୨୦୨୩ ମସିହାରେ ଓଡିଶା ଖଣି (ମାଇନିଂ) ନିଗମ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣି ଖନନ ନିମନ୍ତେ ସ୍ଥାନୀୟ ବିଭିନ୍ନ ଗ୍ରାମର ବିସ୍ତାପିତ ଗ୍ରାମବାସୀଙ୍କ ସନ୍ତାନ ମାନଙ୍କ ପାଠପଢା ପାଇଁ ଥଇଥାନା ଯୋଜନା ଅନୁଯାୟୀ ଜୟପୁର ଉମରୀ ଗ୍ରାମପଞ୍ଚାୟତର ଫୁଲବାଡ ଠାରେ ଓଡିଶା ମାଇନିଂ ଆଦର୍ଶ ଆବାସୀକି ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୨୦୨୩ ମସିହା ଜୁଲାଇ ମାସରେ ପାଠ୍ୟକ୍ରମ ଆରମ୍ଭ ନେଇ ଠିକାଦାରଙ୍କୁ ହସ୍ତାନ୍ତର କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଏହାକୁ ହସ୍ତାନ୍ତର କରୁନଥିଲେ । ଶେଷରେ କୋରାପୁଟ ଜିଲ୍ଲାପାଳ ଏବଂ ପୁଲିସ ଏସ.ପିଙ୍କ ହସ୍ତକ୍ଷପ ପରେ ସମାଧାନ କରାଯାଇ ଏହାକୁ ଓଡିଶା ଖଣି ନିଗମକୁ ହସ୍ତାନ୍ତର ହୋଇଥିଲା । କିନ୍ତୁ ସଂପୃକ୍ତ ଠିକାଦାର ୩ଟି କକ୍ଷରେ ତାଲା ଦେଇ ନିଜ ଅକ୍ତିଆର ରଖିଥିଲେ । କିନ୍ତୁ ଗତ ୨ ବର୍ଷରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରୁ ନୂତନ ବିଦ୍ୟାର୍ଥୀ ଯୋଗଦେବା ଫଳରେ ଶ୍ରେଣୀ କକ୍ଷର ଅଭାବ ଯୋଗୁଁ ପାଠପଢାରେ ସମସ୍ୟା ସୃଷ୍ଟି ହେଉଥିଲା । ଏହିପରି ଠିକାଦାର ଖଣି ନିଗମର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ବାରମ୍ବାର ହସ୍ତାନ୍ତର ନେଇ ଚିଠିର ଅଣଦେଖା କରୁଥିବା ଯୋଗୁଁ ଆଞ୍ଚଳିକ ନିର୍ଦ୍ଦେଶକ ଗତ ଅକ୍ଟୋବର ୩୧ ତାରିଖରେ ଜୟପୁର ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡିଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ ପରେ ଗତକାଲି ଉପଜିଲ୍ଲାପାଳ ସ୍ଥାନୀୟ ତହସିଲଦରା ଏବଂ ସଦରଥାନା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande