ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ
ମାଲକାନଗିରି, ୨୫ ନଭେମ୍ବର (ହି.ସ.) ମଙ୍ଗଳବାର ଦିନ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଧାନିଗୁଡା, ମାଲକାନଗିରିର ଶୁଭ ଉଦଘାଟନ ହୋଇଛି! ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ, ନବରଙ୍ଗପୁର ବଳଭଦ୍ର ମାଝୀ ଯୋଗଦେଇଥିଲେ I ସମ୍ମା
ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ


ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ


ମାଲକାନଗିରି, ୨୫ ନଭେମ୍ବର (ହି.ସ.)

ମଙ୍ଗଳବାର ଦିନ ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଧାନିଗୁଡା, ମାଲକାନଗିରିର ଶୁଭ ଉଦଘାଟନ ହୋଇଛି! ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ, ନବରଙ୍ଗପୁର ବଳଭଦ୍ର ମାଝୀ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବରେ ବିଧାୟକ, ମାଲକାନଗିରି ନରସିଙ୍ଗ ମIଡକାମୀ ଏବଂ ଜିଲ୍ଲା ପରିଷଦ ସଭାପତି ସମାରୀ ତାଙ୍ଗୁଲୁ ଯୋଗଦେଇଥିଲେ I ଏହା ସହ ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ସ୍ଥାନୀୟ କାଉନସିଲର ପେଣ୍ଡରା ପ୍ରସାଦ ପଣ୍ଡା ଉପସ୍ଥିତ ରହିଥିଲେ I ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଦୋଳ ମଣି ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ ବିଭାଗ) ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା. ଦିବାକର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡା. ନୀଳମଣି ତିଳକଚାନ୍ଦ ବେହରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଡ଼I. ମୌସୁମୀ ମିଶ୍ର ଯୋଗଦେଇଥିଲେ I ଏହି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଜେଲ ସାହି ମାଲକାନଗିରି ଠାରୁ ପ୍ରଧାନିଗୁଡା, ନୂତନ ନିର୍ମିତ କୋଠା ଗୃହ କୁ ସ୍ଥାନାନ୍ତରିତ ହୋଇଅଛି I ଏହି ଉଦଘାଟନ ଉତ୍ସବରେ ଆଶା କର୍ମୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଗଣ ଉପସ୍ଥିତ ଅଥିତିଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନIଜ୍ଞାପନ କରିଥିଲେ!ଏହା ପରେ ଅଥିତିଗଣ ପ୍ରଭୁ ଜଗନ୍ନାଥ ନିକଟରେ ଫୁଲ, ଧୂପ, ଦୀପ ଦେଇ ଶିଳାନ୍ୟାସ କରି ଆୟୁଷ୍ମାନ ଆରୋଗ୍ଯ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରଧାନିଗୁଡା, ମାଲକାନଗିରିର ଶୁଭ ଉଦଘାଟନ କରିଥିଲେ I ଏହା ସହ ବରେଣ୍ୟ ଅଥିତିଗଣ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗକୁ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ କର୍ମୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସ୍ଥାନୀୟ ଜନ ସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇଦେବା ନିମନ୍ତେ ଆଲୋଚନା କରିଥିଲେ I

ଏହାପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରସଭା ଗୃହରେ ଏକ ସାଧାରଣ ସଭା ଆୟୋ ଜନ କରା ଯାଇଥିଲା I ଏହି ସଭାରେ ମାନ୍ୟବର ସାଂସଦ, ନବରଙ୍ଗପୁର ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିରବଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ନିର୍ଦେଶ ଦେଇଥିଲେ I ମାନ୍ୟବର ବିଧାୟକ, ମାଲକାନଗିରି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଜନସାଧାରଣ ଯେପରି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପାଇବେ ସେ ବିଷୟରେ ଉପସ୍ଥିତ ଅଧିକାରୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ I ଜିଲ୍ଲା ପରିଷଦ ସଭାପତି, ମାଲକାନଗିରି ଜନସାଧାରଙ୍କ ସ୍ୱାସ୍ଥ୍ୟ ସମସ୍ଯା ଓ ତୁରନ୍ତ ସେବା ଯୋଗାଇଦେବା ସମ୍ପର୍କରେ ବୁଝେଇଥିଲେ I ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସ୍ଥାନୀୟ ବାସିନ୍ଦା କିପରି ସରକାରଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ପାଇବେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବଧ ବିଭିନ୍ନ ପରୀକ୍ଷI ବିଷୟରେ ଉଦବୋଧନ ଦେଇଥିଲେ I

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡା. ଅଭିଷେକ ମିଶ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କର୍ମଚାରୀ, ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande