
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଝାରପଡା
ଜେଲରେ ଜିଏସଟିଗୁଇନ୍ଦା ନିର୍ଦ୍ଦେଶକ । ଜେଲ ଭିତରେ ଚାଲିଛି ଠକ ଚାଟାର୍ଡ ଆକାଉଣ୍ଟାଣ୍ଟକୁ
ଜେରା । ଜିଏସଟି ଫାଙ୍କିବା ଅଭିଯୋଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ। ମୁମ୍ବାଇରୁ ଚାଟାର୍ଡ
ଆକାଉଣ୍ଟାଣ୍ଟ ନୀଲେଶ ଯୋଗେଶ ଜିଗିଓ୍ବାଲାକୁ ଗିରଫ କରିଥିଲା ଡିରେକ୍ଟୋରେଟ ଜେନେରାଲ ଅଫ୍ ଜିଏସଟି ଇଂଟେଲିଜେନ୍ସ। ମୁମ୍ବାଇରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟକୁ ଗିରଫ କରିଛି ।
ଡାଇରେକ୍ଟର ଜେନେରାଲ
ଜିଏସଟି ଇଣ୍ଟେଲିଜେନସ। ୩୨୫କୋଟି ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି। ଡିଜିଜିଆଇର
ସୁଚନା ମୁତାବକ ଜିଏସଟି ଫାଙ୍କିବା ପାଇଁ ଏକ ରାକେଟ ଅପରେଟ କରୁଥିଲେ। ଛୋଟ ଛୋଟ ଜିଏସଟି ନମ୍ବର
ପାଇଥିବା ବ୍ୟବସାୟୀଙ୍କ ଜିଏସଟି ନମ୍ବର ଜରିଆରେ ବଡବଡ ସସ୍ଥା୍ର ଜିଏସଟି ଇନପୁଟ ସବସିଡି
ହାତେଇବା ପାଇଁ ସହଯୋଗ କରୁଥିଲେ।୧୦୫ଟି ବଡ଼ ସଂସ୍ଥାର ଜିଏସଟି ଫ୍ରଡ ଅଭିଯୋଗରେ ଗିରଫ କରାଯାଇଛି
। ଗତ 6 ତାରିଖରେ ମୁମ୍ବାଇ ସ୍ଥିତ ବାସଭବନରୁ ଗିରଫ କରିଥିଲା ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ
ଭୁବନେଶ୍ବର ଶାଖା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା