
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)-ଭୁବନେଶ୍ୱରର 95 ସତ୍ୟନଗରର ଥିବା ଓଡ଼ିଶା
କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟର
ଭିତ୍ତିପ୍ରସ୍ତର ସ୍ଥାପନ। ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଯୋଗ ଦେଇ
ଏହାର ଶିଳାନ୍ୟାସ କରିଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ
ରଖିଛନ୍ତି ରାଜ୍ୟ ସରକାର । କୃଷି ଭବନ ଢାଞ୍ଚାରେ ଏହାକୁ ଗଢାଯିବ। ୧୬୫୦୦ ବର୍ଗମିଟରରୁ ଅଧିକ
କ୍ଷେତ୍ରଫଳ ବିଶିଷ୍ଟ ୧.୪୬ ଏକର ଜମିରେ ୮୩.୭୭ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯିବ।
ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦୁଇଟି ମୁଖ୍ୟ ବ୍ଲକ ସହିତ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ
ଭିତ୍ତିଭୂମି ଉପରେ ଛିଡା ହେବ। ଚାଷୀ, ଉତ୍ପାଦକ ଏବଂ
ବିଶେଷଜ୍ଞମାନଙ୍କ ପାଇଁ ପାରସ୍ପରିକ କ୍ରିୟା ଏବଂ ଅନ୍ତର୍ଦୃଷ୍ଟି ବାଣ୍ଟିବା ନିମନ୍ତେ ଏହା ଉତ୍ସର୍ଗୀକୃତ
ହେବ। ଏଠାରେ ରାଜ୍ୟ ସାରା କୃଷକମାନଙ୍କୁ ଆଧୁନିକ କୃଷି ଉପକରଣ ଏବଂ ଅଭ୍ୟାସ ସହିତ ପରିଚିତ
କରାଇବା ପାଇଁ କର୍ମଶାଳା, ପ୍ରଦର୍ଶନ ଏବଂ
ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀର ସୁବିଧା ଉପଲବ୍ଧ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା