
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ସମୃଦ୍ଧ
ଓଡିଶା 2036 ଉଦଘାଟିତ ହୋଇଛି । ଓଡିଶା ସରକାର ଏବଂ
ଉତ୍କଳ ଚ୍ୟାମ୍ବର ଅଫ କମର୍ଶ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ ଆନୁକୂଲ୍ୟରେ ଉଦଘାଟିତ ହୋଇଛି
ସମୃଦ୍ଧ ଓଡ଼ିଶା 2036 କାର୍ଯ୍ୟକ୍ରମ । ମୁଖ୍ୟ
ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ,ଅତିରିକ୍ତ ମୁଖ୍ୟ ଶାସନ
ସଚିବ ହେମନ୍ତ ଶର୍ମା ଉପସ୍ଥିତ ଅଛନ୍ତି । 2036 ସୁଦ୍ଧା ସମୃଦ୍ଧ ଓଡିଶା
ଗଠନ ଲକ୍ଷ୍ୟରେ ଶିଳ୍ପ ବିଭାଗର ଭିଜନ ନେଇ ଦୁଇ ଦିନ ଧରି ହେବ ମାନସ ମନ୍ଥନ । ଯାହାକୁ ଆଜି
ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2036 ରେ ଓଡିଶାକୁ 500 ବିଲିୟନ ଅର୍ଥନୀତିରେ
ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏଥିପାଇଁ ଇଣ୍ଡଷ୍ଟ୍ରି ଲିଡର, ନିବେଶକ ଏବଂ ନୀତି ନିର୍ଦ୍ଧରାକ ମାନେ ଯୋଗ ଦେଇ କରିବେ ଆଲୋଚନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା