
ଲକ୍ଷ୍ନୌ/ପାଟନା, ୪ ନଭେମ୍ବର (ହି.ସ.)- ଉତର ପ୍ରଦେଶ ରାଜନୀତିରେ ନିଜକୁ ଚାମ୍ପିଅନ୍ ବୋଲି ଭାବୁଥିବା ସମାଜବାଦୀ ପାର୍ଟିର ପଡ଼ୋଶୀ ବିହାରରେ ପ୍ରଭାବ ବହୁତ କମ୍ ଅଛି । ତେଣୁ, ସମାଜବାଦୀ ପାର୍ଟି ଏଥର ବିହାର ବିଧାନସଭା ନିର୍ବାଚନରୁ ନିଜକୁ ଦୂରେଇ ରଖିଛି । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସ ଭଳି ଦଳଗୁଡ଼ିକ ସେମାନଙ୍କର ନିଜ ନିଜ ମେଂଟ ସହଯୋଗୀଙ୍କ ସହିତ ନିର୍ବାଚନ ଲଢ଼ୁଛନ୍ତି, ଯେତେବେଳେକି ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ଭଳି ଦଳଗୁଡ଼ିକ ମଧ୍ୟ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏସବୁ ମଧ୍ୟରେ, ସମାଜବାଦୀ ପାର୍ଟି ନିର୍ବାଚନ ମଇଦାନରୁ ଅନୁପସ୍ଥିତ ରହିବା ବହୁତ ଆଶ୍ଚର୍ଯ୍ୟଜନକ । ବିହାର ବିଧାନସଭା ନିର୍ବାଚନରେ, ସମାଜବାଦୀ ପାର୍ଟି, ମହାମେଂଟ ଏବଂ ବିଶେଷକରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରାର୍ଥୀମାନଙ୍କୁ ସମର୍ଥନ କରିବାରେ ନିଜକୁ ସୀମିତ ରଖିଛି । ୧୯୯୨ ରେ ସମାଜବାଦୀ ପାର୍ଟି ଗଠନ ହେବା ପରେ ଏହା ବିହାରରେ ଦ୍ୱିତୀୟ ନିର୍ବାଚନ ଯେତେବେଳେ ଏହା ସିଧାସଳଖ ନିର୍ବାଚନ ଲଢ଼ି ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ