ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ
ନୂଆଦିଲ୍ଲୀ, 4 ନଭେମ୍ବର (ହି.ସ.)- ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ ସାଆର୍ ବର୍ତ୍ତମାନ ଭାରତ ଯାତ୍ରାରେ ଅଛନ୍ତି। ଆଜି ସେ ବୈଦେଶିକ ମନ୍ତ୍ରୀ ଡ଼. ଏସ୍‌ ଜୟଶଙ୍କରଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରର ଆଲୋଚନା କରିଥିଲେ। ଉଭୟ ନେତା ଆତଙ୍କବାଦକୁ ଏକ ସାଧାରଣ ଚାଲେଞ୍
ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ     ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ


ନୂଆଦିଲ୍ଲୀ, 4 ନଭେମ୍ବର (ହି.ସ.)- ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦୋନ

ସାଆର୍ ବର୍ତ୍ତମାନ ଭାରତ ଯାତ୍ରାରେ ଅଛନ୍ତି। ଆଜି ସେ ବୈଦେଶିକ ମନ୍ତ୍ରୀ ଡ଼. ଏସ୍‌

ଜୟଶଙ୍କରଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରର ଆଲୋଚନା କରିଥିଲେ। ଉଭୟ ନେତା ଆତଙ୍କବାଦକୁ ଏକ

ସାଧାରଣ ଚାଲେଞ୍ଜ ଭାବେ ସ୍ୱୀକାର କରିଥିଲେ। ବିଦେଶ ମନ୍ତ୍ରୀ ଗାଜା ଶାନ୍ତି ଯୋଜନା ପ୍ରତି ଭାରତର

ସମର୍ଥନକୁ ଦୋହରାଇଥିଲେ ଏବଂ ଆସନ୍ତା ଫେବୃଆରିରେ ଭାରତରେ ହେବାକୁ ଯାଉଥିବା “ଏଆଇ ଇମ୍ପାକ୍ଟ

ସମିଟ୍” ଉଲ୍ଲେଖ କରି କହିଥିଲେ ଯେ ଆମେ ଇସ୍ରାଏଲର ଉପସ୍ଥିତିକୁ

ଅତ୍ୟନ୍ତ ଅପେକ୍ଷା କରୁଛୁ।ଏହା ଇସ୍ରାଏଲର ବିଦେଶ ମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ। ଆଲୋଚନା

ସମୟରେ ନିଜ ଆରମ୍ଭିକ ଉଦ୍ବୋଧନରେ ବିଦେଶ ମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଏକ

ରଣନୀତିକ ଭାଗୀଦାରି ଅଛି ଏବଂ ଆମେ ଉଚ୍ଚ ସ୍ତରର ବିଶ୍ୱାସ ଓ ବିଶ୍ୱସନୀୟତା ସହିତ ଏକ

ସମ୍ପର୍କ ଗଢ଼ିଛୁ। ସେ କହିଥିଲେ ଯେ ଉଭୟ ଦେଶ ଆତଙ୍କବାଦର ବିଶେଷ ଚାଲେଞ୍ଜ ସମ୍ମୁଖୀନ ହେଉଛି। ସେହିପାଇଁ

ଆମେ ଆତଙ୍କବାଦର ସମସ୍ତ ରୂପ ଏବଂ ପ୍ରକାଶ ପ୍ରତି ଶୂନ୍ୟ ସହିଷ୍ଣୁତା ଆଧାରିତ ଏକ ବିଶ୍ୱବ୍ୟାପୀ ଆଭିଗମ

ନିଶ୍ଚିତ କରିବା ଦିଗରେ କାମ କରିବା ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande