ଶିକ୍ଷାର ଉଦ୍ଦେଶ୍ୟ କେବଳ ଜ୍ଞାନ ନୁହେଁ, ଚରିତ୍ର ଏବଂ ସମାଜ ସେବାର ଭାବନା ବି ହେବା ଉଚିତ- ରାଷ୍ଟ୍ରପତି
ନୈନିତାଲ, 4 ନଭେମ୍ବର (ହି.ସ.) - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର କହିଛନ୍ତି ଯେ ଶିକ୍ଷା କୌଣସି ଜାତିର ଉନ୍ନତିର ଆଧାରଶିଳା ଅଟେ। ଏହାର ଉଦ୍ଦେଶ୍ୟ କେବଳ ବୁଦ୍ଧିମତା ଓ କୌଶଳ ବିକାଶ ନୁହେଁ, ବରଂ ନୈତିକ ଶକ୍ତି ଓ ଚରିତ୍ର ଗଠନ ମଧ୍ୟ ହେବା ଉଚିତ। ଉତ୍ତରାଖଣ
ଶିକ୍ଷାର ଉଦ୍ଦେଶ୍ୟ କେବଳ ଜ୍ଞାନ ନୁହେଁ, ଚରିତ୍ର ଏବଂ     ସମାଜ ସେବାର ଭାବନା ବି ହେବା ଉଚିତ- ରାଷ୍ଟ୍ରପତି


ନୈନିତାଲ, 4 ନଭେମ୍ବର (ହି.ସ.)

- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର

କହିଛନ୍ତି ଯେ ଶିକ୍ଷା କୌଣସି ଜାତିର ଉନ୍ନତିର ଆଧାରଶିଳା ଅଟେ। ଏହାର ଉଦ୍ଦେଶ୍ୟ କେବଳ

ବୁଦ୍ଧିମତା ଓ କୌଶଳ ବିକାଶ ନୁହେଁ, ବରଂ ନୈତିକ ଶକ୍ତି

ଓ ଚରିତ୍ର ଗଠନ ମଧ୍ୟ ହେବା ଉଚିତ।

ଉତ୍ତରାଖଣ୍ଡର ନୈନିତାଲ ସ୍ଥିତ କୁମାଉଁ ବିଶ୍ୱବିଦ୍ୟାଳୟର 20ତମ ଦୀକ୍ଷାନ୍ତ

ସମାରୋହରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଶିକ୍ଷା ଆମକୁ ଆତ୍ମନିର୍ଭର କରେ,

ସେଥିସହିତ ନମ୍ରତା ଓ ସମାଜ ଏବଂ ଦେଶର ଉନ୍ନତିରେ ଅବଦାନ ଦେବାକୁ

ମଧ୍ୟ ଶିଖାଏ। ସେ ଶିକ୍ଷାକୁ ବଞ୍ଚିତ ବର୍ଗମାନଙ୍କ ସେବା ଓ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ

ସମର୍ପିତ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ତାହା ସତ୍ୟ ଧର୍ମ ଅଟେ,

ଯାହା ଲୋକମାନଙ୍କୁ ସତ୍ୟ ସନ୍ତୋଷ ଓ ଆନନ୍ଦ ଦେବ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଭାରତର ଅର୍ଥନୀତି

ବିଶ୍ୱର ସବୁଠାରୁ ତୀବ୍ର ଗତିରେ ବୃଦ୍ଧି ହେଉଥିବା ମୁଖ୍ୟ ଅର୍ଥନୀତିମାନଙ୍କ

ମଧ୍ୟରୁ ଗୋଟିଏ। ସରକାର ଲଗାତାର ପ୍ରଗତି ପାଇଁ ବିଭିନ୍ନ ନୀତିଗତ

ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହା ଫଳରେ ଯୁବମାନଙ୍କ ପାଇଁ

ନୂତନ ସୁଯୋଗ ତିଆରି ହେଉଛି। ଉଚ୍ଚ ଶିକ୍ଷା ସଂସ୍ଥାନମାନଙ୍କୁ ଯୁବମାନଙ୍କୁ ଏହି ସୁଯୋଗମାନଙ୍କ

ସଦୁପଯୋଗ କରିବା ପାଇଁ ପ୍ରେରିତ କରିବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ହିମାଲୟ ଜୀବନଦାୟି

ସମ୍ପଦମାନଙ୍କ ପାଇଁ ପରିଚିତ ଅଟେ, ତେଣୁ ସେମାନଙ୍କର

ସୁରକ୍ଷା ଓ ସଂରକ୍ଷଣ ସବୁଙ୍କର ଦାୟିତ୍ୱ ଅଟେ। ସେ ଏହା

ମଧ୍ୟ କହିଥିଲେ ଯେ 2047 ବର୍ଷ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର

ରୂପେ ଗଢ଼ି ଉଠାଇବା ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଯୁବମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ରହିବ।

ଏହା ପୂର୍ବରୁ ରାଷ୍ଟ୍ରପତି ନୈନିତାଲ ସ୍ଥିତ ନୈନା

ଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ ଏବଂ କୈଁଚୀଧାମରେ ଅବସ୍ଥିତ ଶ୍ରୀ ନୀମ କରୋଲୀ ବାବା

ଆଶ୍ରମରେ ଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande