8ମ ଜାତୀୟ ଉତ୍କର୍ଷ ପୁରସ୍କାର 2025  ଘୋଷଣା କଲା  ଡକ୍ଟର ମଙ୍ଗଳମ୍ ସ୍ୱାମୀନାଥନ୍ ଫାଉଣ୍ଡେସନ୍
ନୂଆଦିଲ୍ଲୀ5 ନଭେମ୍ବର (ହି.ସ)-ଡକ୍ଟର ମଙ୍ଗଳମ୍ ସ୍ୱାମୀନାଥନ୍ ଫାଉଣ୍ଡେସନ୍ ବୁଧବାର ଦିନ 8ମ ଜାତୀୟ ଉତ୍କର୍ଷ ପୁରସ୍କାର 2025 ର ବିଜେତାମାନଙ୍କର ଘୋଷଣା କରିଛି।ଏହି ପୁରସ୍କାର ଦେଶର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରା
ପୁରସ୍କାର ଘୋଷିତ


ନୂଆଦିଲ୍ଲୀ5 ନଭେମ୍ବର (ହି.ସ)-ଡକ୍ଟର ମଙ୍ଗଳମ୍ ସ୍ୱାମୀନାଥନ୍ ଫାଉଣ୍ଡେସନ୍ ବୁଧବାର ଦିନ 8ମ ଜାତୀୟ ଉତ୍କର୍ଷ ପୁରସ୍କାର 2025 ର ବିଜେତାମାନଙ୍କର ଘୋଷଣା କରିଛି।ଏହି ପୁରସ୍କାର ଦେଶର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଏ। ପ୍ରତ୍ୟେକ ପୁରସ୍କାରରେ 1 ଲକ୍ଷ ଟଙ୍କାର ନଗଦ, ଏକ ସ୍ମାରକୀ ଏବଂ ଏକ ପ୍ରଶଂସାପତ୍ର ଦିଆଯିବ।ଏହି ବର୍ଷସାମ୍ବାଦିକତାରେ ଉତ୍କର୍ଷତା ପୁରସ୍କାର ଦ ଇଣ୍ଡିଆନ୍ ଏକ୍ସପ୍ରେସର ଉପ-ସମ୍ପାଦକ ଲିଜ୍ ମେଥ୍ୟୁଙ୍କୁ ମିଳିଛି।ତାଙ୍କର ରାଜନୈତିକ ରିପୋର୍ଟିଂ, ନିରପେକ୍ଷ ଦୃଷ୍ଟିକୋଣ ଏବଂ ଶକ୍ତିଶାଳୀ ସାକ୍ଷାତକାର ଶୈଳୀ ପାଇଁ ବଛାଯାଇଛି। ବିଜ୍ଞାନ ରିପୋର୍ଟିଂରେ ଉତ୍କୃଷ୍ଟତା ପୁରସ୍କାର ପିଟିଆଇର ମୁଖ୍ୟ ସମ୍ବାଦଦାତା ଉଜ୍ମୀ ଅଥରର ପର୍ଯ୍ୟାବରଣ ,ଜଳବାୟୁ ପରିବର୍ତ୍ତନ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ପ୍ରଭାବଶାଳୀ ରିପୋର୍ଟିଂ ପାଇଁ ଦିଆଯାଇଥିଲା। କଳା ଏବଂ ସଂସ୍କୃତି ବର୍ଗରେସାଗରୀ ଛାବଡା ଲେଖିକା ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସ୍ୱାଧୀନତା ସଂଗ୍ରାମର ଅଣଦେଖା ଅଧ୍ୟାୟ ଏବଂ ନାୟକମାନଙ୍କ ଉପରେ ତାଙ୍କର ଗବେଷଣା କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ। ବିଜ୍ଞାନ ରିପୋର୍ଟିଂ ବର୍ଗରେ ସ୍ୱତନ୍ତ୍ର ପୁରସ୍କାର କେରଳରେମାତୃଭୁମି ନ୍ୟୁଜର ଏୟୋୟିଏଟ ଏଡିଟରବିଜୁ ପଙ୍କଜଙ୍କ ପରିବେଶ ସୁରକ୍ଷା ଏବଂ ଜଙ୍ଗଲ କ୍ଷୟ ଉପରେ ପ୍ରଭାବଶାଳୀ ଡକ୍ୟୁମେଣ୍ଟାରୀ କାର୍ଯ୍ୟ ପାଇଁ ପ୍ରଦାନ କରାଯିବ।ଚିକିତ୍ସା କ୍ଷେତ୍ରରେ ଅନିୟମିତତା ପ୍ରକାଶ କରିବା ପାଇଁ କେରଳ କୌମୁଦିର ମୁଖ୍ୟ ନ୍ୟୁଜ ଏଡିଟର ବିଏସ୍. ରାଜେଶ ଏହି ପୁରସ୍କାର ପାଇବେ। ତାଙ୍କର ତଦନ୍ତ ରିପୋର୍ଟ ହସ୍ପିଟାଲ ଏବଂ ଷ୍ଟେଣ୍ଟ ଯୋଗାଣକାରୀଙ୍କ ମଧ୍ୟରେ ସମ୍ପର୍କକୁ ଉନ୍ମୋଚନ କରିଥିଲା, ଯାହା ପରେ କେନ୍ଦ୍ର ସରକାର ଷ୍ଟେଣ୍ଟ ମୂଲ୍ୟ ହ୍ରାସ କରିଥିଲେ।

ସମାଜ ସେବା ପାଇଁ ଶ୍ରୀ ଦତ୍ତୋପନ୍ତ ଠେଙ୍ଗଡି ସେବା ସମ୍ମାନ ଆର୍ଷ ବିଦ୍ୟା ସମାଜମର ପ୍ରତିଷ୍ଠାତା ଆଚାର୍ଯ୍ୟ କେ.ଆର୍. ମନୋଜ ଏବଂ ଦିବ୍ୟ ପ୍ରେମ ସେବା ମିଶନର ଅଧ୍ୟକ୍ଷ ଆଶିଷ ଗୌତମଙ୍କୁ ପ୍ରଦାନ କରାଯିବ। ପ୍ରବାସୀ ଭାରତୀୟ ଉତ୍କର୍ଷ ପୁରସ୍କାର ବହରିନ ଏବଂ ସାଉଦି ଆରବର ଅମାଦ ଗ୍ରୁପର ଅଧ୍ୟକ୍ଷ ପମ୍ବାବାସନ ନାୟରଙ୍କୁ ତାଙ୍କ ପରୋପକାରୀ କାର୍ଯ୍ୟ ଏବଂ ଅବହେଳିତ ଲୋକଙ୍କୁ ସହାୟତା ପାଇଁ ପ୍ରଦାନ କରାଯିବ।ଫାଉଣ୍ଡେସନର ଅଧ୍ୟକ୍ଷ ଏବଂ ପରିଚାଳନା ଟ୍ରଷ୍ଟି ଆର. ବାଲାଶଙ୍କର କହିଛନ୍ତି ଯେ ଏହି ବର୍ଷ ଦେଶ ସାରାରୁ 1,000 ରୁ ଅଧିକ ପ୍ରବେଶିକା ଗ୍ରହଣ କରାଯାଇଥିଲା, ଯେଉଁଥିରୁ ଏକ ବିଶେଷଜ୍ଞ କମିଟି ବିଜେତାମାନଙ୍କୁ ଚୟନ କରିଥିଲା। ପୁରସ୍କାର ସମାରୋହ ୨୯ ନଭେମ୍ବର, ୨୦୨୫ରେ ଏନଡିଏମସୀକନଭେନସନ ସେଣ୍ଟର ସଂସଦ ମାର୍ଗ,ନୁଆଦିଲ୍ଲୀରେ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର/ ରଶ୍ମିତା

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande