ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଗିରଫ
ବାଲୁରଘାଟ 5 ନଭେମ୍ବର (ହି.ସ.)- ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ରାତିରେ ଦକ୍ଷିଣ ଦିନାଜପୁର ଜିଲ୍ଲାର ହରିରାମପୁର ଥାନା ଅଞ୍ଚଳର ପୁଣ୍ଡରୀ ମୋଡରେ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପୋଲିସ ତାଙ୍କ ନିକଟର
ମାଦକ ଦ୍ରବ୍ୟ ଚୋରାଚାଲାଣ ବିରୋଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଦୁଇ ଗିରଫ


ବାଲୁରଘାଟ 5 ନଭେମ୍ବର (ହି.ସ.)- ମାଦକ

ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ପୋଲିସକୁ ଏକ ବଡ଼

ସଫଳତା ମିଳିଛି। ମଙ୍ଗଳବାର ରାତିରେ ଦକ୍ଷିଣ ଦିନାଜପୁର ଜିଲ୍ଲାର ହରିରାମପୁର ଥାନା ଅଞ୍ଚଳର

ପୁଣ୍ଡରୀ ମୋଡରେ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପୋଲିସ ତାଙ୍କ ନିକଟରୁ ନିଷିଦ୍ଧ

ବ୍ରାଉନସୁଗାର ଜବତ କରିଛି, ଯାହାର ମୂଲ୍ୟ

ବଜାରରେ ପ୍ରାୟ 25 ଲକ୍ଷ ଟଙ୍କା କୁହାଯାଉଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀଗିରଫ ଚୋରା ଚାଲାଣକାରୀ ହେଉଛନ୍ତି ରାଣା ଶେଖ (28) ଏବଂ ମାବୁଦ ମିଆଁ (37)।ଉଭୟ ମାଲଦା ଜିଲ୍ଲାର ଗାଜୋଲ ଅଞ୍ଚଳର ବାସିନ୍ଦା। ଗୁପ୍ତ ସୂଚନା

ଆଧାରରେପୋଲିସ ମାଲଦାରୁ ଦକ୍ଷିଣ ଦିନାଜପୁରକୁ ମାଦକ ପଦାର୍ଥ ଚାଲାଣ ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ଆଧାରରେହରିରାମପୁର ଥାନା ଇନଚାର୍ଜ ଏସଆଇ ଶୁଭଙ୍କର ଚକ୍ରବର୍ତ୍ତୀଙ୍କ

ନେତୃତ୍ୱରେ ଏକ ପୋଲିସ ଦଳ ମଙ୍ଗଳବାର ରାତିରେ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିଛି।ତଦନ୍ତ ସମୟରେଅଭିଯୁକ୍ତଙ୍କଠାରୁ 706 ଗ୍ରାମ ବ୍ରାଉନସୁଗାର, ଗୋଟିଏ ମୋଟରସାଇକେଲ ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande