
ଭୁବନେଶ୍ୱର, 09 ନଭେମ୍ବର (ହି.ସ.) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେବଭୂମି ଉତ୍ତରାଖଣ୍ଡର 25ତମ ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଉତ୍ତରାଖଣ୍ଡର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଲେଖିଛନ୍ତି, ଯେ, ଦେବଭୂମି ଉତ୍ତରାଖଣ୍ଡର ସ୍ଥାପନା ଦିବସ ଅବସରରେ ସେଠାକାର ଜନସାଧାରଣଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦିବ୍ୟ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟରେ ପରିପୂର୍ଣ ଉତ୍ତରାଖଣ୍ଡ ପ୍ରାକୃତିକ ବୈଭବ ଓ ମାନବୀୟ ପ୍ରୟାସର ପ୍ରତୀକ।”
ସେ ଆହୁରି କହିଛନ୍ତି ଯେ ପର୍ଯ୍ୟଟନ, ଉନ୍ନତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତରାଖଣ୍ଡର ଅବିରତ ଅଗ୍ରଗତି ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡର ପରିଶ୍ରମୀ ଓ ଉତ୍କୃଷ୍ଟ ଲୋକମାନଙ୍କ ନିରନ୍ତର ସମୃଦ୍ଧି, ସୁଖ ଓ କଲ୍ୟାଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ