
ଗଞାମ, ୧୬ ଡିସେମ୍ବର (ହି.ସ.)- ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଥିବାରୁ ଜିଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁଵନେଶ୍ଵରରୁ ହେଲିକେପ୍ଟର ଯୋଗେ ଆସି ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳ ପଡ଼ିଆରେ ଦିନ ୧୧ଟାରେ ଅଵତରଣ କରିବେ । ଏହାପରେ ରାମଲିଙ୍ଗମ ଟ୍ଯାଙ୍କ ନିକଟରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବେ। ନୀଳକଣ୍ଠ ନଗର ଶିଶୁମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେବେ। ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବେ। ଏହାପରେ ବ୍ରହ୍ମପୁରର ସ୍ବତନ୍ତ୍ର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଅପରାହ୍ନରେ ହେଲିକେପ୍ଟର ଯୋଗେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ