ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତ
ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।


ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।


ବଲାଙ୍ଗିର, ୧୬ ଡିସେମ୍ବର (ହି.ସ.)- ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡଃ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତିତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀମତି ଅଞଳୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀମତି ଉଷାରାଣୀ ଦାଶଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ ଓ ପ୍ରସ୍ତୁତି ବୈଠକରେ ଆଲୋଚ୍ୟ ବିଷୟବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଆଗାମୀ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ସଫଳ ଆୟୋଜନ ନିମନ୍ତେ ସୁବର୍ଣ୍ଣପୁର ସ୍ଥିତ ରାମେଶ୍ବର ଷ୍ଟାଡିୟମ୍ ପଡିଆ ସମତୁଲ କରିବା ସହିତ ସଫେଇ କାର୍ଯ୍ୟ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାର ପାଇଖାନା ଗୁଡିକର ରକ୍ଷଣାବେକ୍ଷଣ, ଟ୍ରାଫିକ ବ୍ୟବସ୍ଥା, ରିଙ୍ଗ ରୋଡ ରାସ୍ତା ଆଲୋକିକରଣ, ଉତ୍ସବ ସମୟରେ ଲୋକମାନଙ୍କ ସହଜ ଯାତାୟତ ପାଇଁ ରାମେଶ୍ବର ଷ୍ଟାଡିୟମ୍ ଠାରେ ଆଉ ଗେଟ୍ ନିର୍ମାଣ କରିବା ବିଷୟରେ ଜିଲ୍ଲାପାଳଙ୍କ ଦ୍ଵାରା ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ, ସୁବର୍ଣ୍ଣପୁର ସଂପୃକ୍ତ ଅଧିକାରୀ ମାନଙ୍କୁ ଦିଆଯାଇଥିବା କାର୍ଯ୍ୟ ଓ ଦାୟିତ୍ଵ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ ଓ ସମାପନ କରିବା ପାଇଁ ପରାମର୍ଶ ଦେଇଥିଲେ କାରଣ ଉତ୍ସବ ପାଳନ ପାଇଁ ଅଳ୍ପ ଦିନ ରହିଛି। ଏହି ଜିଲ୍ଲା ଉତ୍ସବକୁ ସଫଳ ଭାବେ ପାରିଚାଳନା ପାଇଁ ନିର୍ଦ୍ଧାରିତ ସମୟରେ ପାଣ୍ଠି ସଂଗ୍ରହ ବିଷୟରେ ମଧ୍ୟ ବିଶଦ ଭାବେ ଆଲୋଚନା ହୋଇଥିଲା।

ଏହି ଆଲୋଚନା ଅବସରରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଜିଲ୍ଲାରେ ଖରିଫ ଋତୁର ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ଵ ଦିଆଯାଇଥିବା ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସେମାନଙ୍କୁ ଦାୟିତ୍ଵ ଦିଆଯାଇଥିବା ମଣ୍ଡି ବା ପ୍ରାଥମିକ ସେବା ସମବାୟ ସମିତି ଗୁଡ଼ିକ ଗସ୍ତ କରି ଧାନ କ୍ରୟ ପ୍ରକ୍ରିୟାର ଓ ପାଉଣା ପ୍ରଦାନ କାର୍ଯ୍ୟର ତଦାରଖ କରିବା ସହିତ ଚାଷୀ ମାନଙ୍କ ନିମନ୍ତେ ମଣ୍ଡିରେ ଆନୁଷଙ୍ଗିକ ମୌଳିକ ସୁବିଧା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande