
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.) - କେନ୍ଦୁଝରର ରାଷ୍ଟ୍ର ଦେବୀ ମା' ତାରିଣୀଙ୍କ ହୁଣ୍ଡି ମାନଙ୍କ ରେ ଥିବା ଭକ୍ତିଙ୍କ ଭେଟି ହିସାବରେ ଆସିଥିବା ଟଙ୍କା, ସୁନା ଓ ରୁପା ଖୋଲାଯାଇ ଗତକାଲି ଗଣତି କରାଯାଇଛି। ମନ୍ଦିର ପରିସରରେ ଥିବା ୧୩ଟି ହୁଣ୍ଡିର ଗଣତି ହୋଇଥିବା ଜଣାପଡିଛି। ଏଥିରୁ ୨୯ ଲକ୍ଷ ୭୨ ହଜାର ୫୧୬ ଟଙ୍କା ମିଳିଛି। ଏହା ଛଡ଼ା ୧୭ଗ୍ରାମ ୮୮୦ ମିଲିଗ୍ରାମ ସୁନା, ୨୪୦ମିଲିଗ୍ରାମ ରୁପା ମଧ୍ୟ ମିଳିଛି। ୮୭୬ଗ୍ରାମ ହୁଣ୍ଡିରୁ ମିଳିଛି ।
ଦେବୋତର ବିଭାଗର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧୂକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀ ମଦନମୋହନ ପୃଷ୍ଟିଙ୍କ ଉପସ୍ଥିତିରେ ଏହି ଗଣତି କାର୍ଯ୍ୟ ହୋଇଥିଲା। ମନ୍ଦିରର ବରିଷ୍ଠ କର୍ମଚାରୀ ଅବନୀ ଜେନା, ହରେକୃଷ୍ଣ ପଲେଇ, ଶରତ ବେହେରା, ମହେଶ୍ୱର ସାହୁ, ରଞ୍ଜନ ସାହୁ, ଅରୁଣ କୁମାର ନାୟକ, ଶ୍ରୀକାନ୍ତି ଦେହୁରୀ, ନବୀନ ମହାନ୍ତି, କାଳନ୍ଦୀ ମହାନ୍ତି, ତୁଷାରକାନ୍ତି ରାଉତ, ଲକ୍ଷ୍ମୀଧର ମହାନ୍ତି, ଦେବଦତ ବଳ, ପରମେଶ୍ୱର ବଳ, ସନାତନ ନାଏକ, ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ସନିଆ ମୁଖୀ, ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଏବଂ ପୋଲିସ ମଧ୍ୟ ଉପସ୍ଥିତ ରହି ଗଣତି କାର୍ଯ୍ୟରେ ସାହାଯ୍ୟ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA