ପାଗଳା ଗଧିଆ ଆକ୍ରମଣରେ ୬ ଆହତ
ଧର୍ମଶାଳା,୧୭ ଡିସେମ୍ବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତରେ ଗଧିଆ ଆତଙ୍କ । ପାଗଳା ଗଧିଆ କାମୁଡାରେ ୬ ଜଣ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି । ତେବ
ପାଗଳା ଗଧିଆ ଆକ୍ରମଣରେ ୬ ଆହତ


ଧର୍ମଶାଳା,୧୭ ଡିସେମ୍ବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତରେ ଗଧିଆ ଆତଙ୍କ । ପାଗଳା ଗଧିଆ କାମୁଡାରେ ୬ ଜଣ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି । ତେବେ ଗ୍ରାମବାସୀ ଗଧିଆକୁ କାବୁ କରି ଥିବା ଜଣାପଡିଛି । ମଙ୍ଗଳପୁର ପଂଚାୟତସ୍ଥ ବାଙ୍କସାହି ଗ୍ରାମର ପରମାନ୍ଦ ସାହୁଙ୍କ ଧର୍ମ ପତ୍ନୀ, କାର୍ତିକ ନାୟକଙ୍କ ଧର୍ମପତ୍ନୀ, ନରେନ୍ଦ୍ର ଲେଙ୍କାଙ୍କ ନାତି, ନିରୁଆ ନାୟକ ଓ ମଙ୍ଗଳପୁର ଗ୍ରାମର କୁଶ ପରିଡା ପ୍ରମୁଖ ଆକ୍ରଣର ଶିକାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ,ଆଜି ସନ୍ଧ୍ୟାରେ ବାଙ୍କସାହି ଗ୍ରାମ ଭିତରକୁ ଏକ ପାଗଳ ଗଧିଆ ଆସି ଲୋକମାନଙ୍କୁ ଆକ୍ରମଣ କରିଥିଲା । କାମୁଡାର ଶିକାର ହୋଇ ୬ ଜଣ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ମେଡିକାଲକୁ ନେଇଥିଲେ । ଏଭଳି ଘଟଣା ଘଟିବା ପରେ ଗ୍ରାମରେ ଲୋକମାନେ ଭୟଭିତ ହୋଇ କବାଟ ଦେଇ ଦେଇଥିବା ଜଣାପଡିଛି । ତେବେ ଗ୍ରାମବାସୀମାନେ ଉକ୍ତ ଗଧିଆକୁ କାବୁ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande