ପୁଅର ମୃତ୍ୟୁ ନେଇ ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମା’
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମର୍କତନଗର ଥାନାରେ ଏତଲା ଦାଖଲ କରିଛନ୍ତି ହ୍ୟୁମାନଙ୍କ ମା’। ଏତଲାରେ ହ୍ୟୁମାନଙ୍କୁ ମୃତ୍ୟୁ ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରାଯାଇଛି ଏବଂ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି ରଖାଯାଇଛି।

ହ୍ୟୁମାନଙ୍କ ମା’ ଅଭିଯୋଗ କରିଛନ୍ତି ଯେ ନିର୍ଯାତନା, ସାମାଜିକ ଅପବାଦ ଏବଂ ପାରିବାରିକ ବିବାଦ ଏହି ମୃତ୍ୟୁ ପଛରେ କାରଣ ହୋଇପାରେ। ସେ ହ୍ୟୁମାନଙ୍କ ସହ ଜଡ଼ିତ କିଛି ନିକଟତର ବନ୍ଧୁଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି।

ଅଭିଯୋଗରେ ଶେଫାଳୀ ସୁନା କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ହ୍ୟୁମେନ ସାଗର ମାନସିକ ନିର୍ଯ୍ୟାତନା, ଅନାବଶ୍ୟକ ଚାପ ଓ ଦୁର୍ବ୍ୟବହାରର ସମ୍ମୁଖୀନ ହୋଇଥିଲେ। ଅବହେଳା, ଶୋଷଣ, ବାଧ୍ୟବାଧକତା, ଭଳି ସମସ୍ତ ସମ୍ଭାବ୍ୟ ପାହାଡ଼ୁ ଉପରେ ତଦନ୍ତ କରାଯିବାକୁ ସେ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

ଏହାସହ କଟକରେ ଥିବା ହ୍ୟୁମାନଙ୍କ ଘରର ସିସିଟିଭି କ୍ୟାମେରା ଜବତ କରି ଯାଞ୍ଚ କରାଯାଉ, ଘର ଆଖ ପାଖର ରାସ୍ତା ଓ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

 rajesh pande