ଭୁବନେଶ୍ୱରରେ ମହିଳା ସୁରକ୍ଷାକୁ ନେଇ ବିରୋଧୀ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ କଲେ ଟାର୍ଗେଟ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମହିଳା ସୁରକ୍ଷା ପରିସ୍ଥିତିକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରି ସେ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ମହିଳାଙ୍କ ପାଇଁ ଦିନକୁ ଦିନ ଅସୁରକ
ନବୀନ ପଟ୍ଟନାୟକ ଫାଇଲ ଫଟୋ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମହିଳା ସୁରକ୍ଷା ପରିସ୍ଥିତିକୁ ନେଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରି ସେ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱର ମହିଳାଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡିଛି ।

ଦିନଦ୍ୱିପହରେ ଭୁବନେଶ୍ୱରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ଓ ଚିନ୍ତାଜନକ ଘଟଣା ବୋଲି ସେ ଉଲ୍ଲେଖ କରିଛନ୍ତି। ଧଉଳି ଗଣଦୁଷ୍କର୍ମ ଘଟଣାର ସ୍ମୃତି ମନରୁ ମିଛିନଥିବାବେଳେ ପୁଣି ଏପରି ଏକ ବର୍ବର କାଣ୍ଡ ସାଧାରଣ ଲୋକଙ୍କୁ ଆତଙ୍କିତ କରିଦେଇଛି ବୋଲି ସେ କହିଛନ୍ତି।

ନବୀନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି ଯେ, ରାଜ୍ୟର ଆଇନଶୃଙ୍ଖଳା କୁଆଡ଼େ ଯାଇଛି ଏବଂ ‘ଲୋକଙ୍କ ସରକାର’ ବୋଲି ଦାବି କରୁଥିବା ସରକାର ଆସଲେ ଲୋକଙ୍କୁ ସୁରକ୍ଷା ଦେଇପାରୁଛି କି ନାହିଁ। ରାଜଧାନୀରେ ମା’ ଓ ଭଉଣୀମାନେ ଅସୁରକ୍ଷିତ ବୋଧ କରୁଥିବା କଥା ସେ ଉଲ୍ଲେଖ କରିଛନ୍ତି।

ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାର ବିଫଳ ହୋଇଛି ବୋଲି ଅଭିଯୋଗ କରି, ସ୍ଥିତି ଆହୁରି ଖରାପ ହେବା ପୂର୍ବରୁ ସରକାର ସଜାଗ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ମହିଳା ସୁରକ୍ଷା ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande