ହୃଦଘାତରେ କାଉସିଲରଙ୍କ ବିୟୋଗ
ଜୟପୁର , 21 ଡିସେମ୍ବର (ହି.ସ.) ଜୟପୁର ପୌରସଂସ୍ଥାର ୧୬ ନମ୍ବର ୱାର୍ଡର କାଉନସଲିର ଧନିମା ହରିଜନ (୪୭)ଙ୍କ ଗତକାଲି ବିଳମ୍ବିତ ରାତ୍ରି ସାଢେ ୨ଟା ସମୟରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ବିୟୋଗ ହୋଇଛି । ଗତକାଲି ସଂଧ୍ୟାରେ ପୁରୁଣାଗଡ ସ୍ଥିତ ତାଙ୍କ ବାସଭବନ ଠାରେ ହୃଦଘାତ ହେବା ଯୋଗୁଁ ସ୍ଥାନୀୟ
ହୃଦଘାତରେ କାଉସିଲରଙ୍କ ବିୟୋଗ


ଜୟପୁର , 21 ଡିସେମ୍ବର (ହି.ସ.)

ଜୟପୁର ପୌରସଂସ୍ଥାର ୧୬ ନମ୍ବର ୱାର୍ଡର କାଉନସଲିର ଧନିମା ହରିଜନ (୪୭)ଙ୍କ ଗତକାଲି ବିଳମ୍ବିତ ରାତ୍ରି ସାଢେ ୨ଟା ସମୟରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ବିୟୋଗ ହୋଇଛି । ଗତକାଲି ସଂଧ୍ୟାରେ ପୁରୁଣାଗଡ ସ୍ଥିତ ତାଙ୍କ ବାସଭବନ ଠାରେ ହୃଦଘାତ ହେବା ଯୋଗୁଁ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ବ୍ରହ୍ମପୁର କିମ୍ବା ବିଶାଖପାଟଣାକୁ ନେବା ପାଇଁ କହିଥିଲେ। ଏହିପରି ସେଠାରୁ ଜୟପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । କିନ୍ତୁ ରାତିରେ ପୁଣି ହୃଦଘାତ ହେବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଯାଥିଲା । ଆଜି ଭୋରରୁ ଖବର ପ୍ରଚାରିତ ହେବା ପରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷ ବି.ସୁନିତା, କାଉନସିଲର ଯଶପାଲ ସିଂ, ସିମାଞ୍ଚଳର ବିଶୋୟୀ, କୋରାପୁଟ ଏନଏସିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନୀପତି ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ମାନେ ଚିକିତ୍ସାଳୟରେ ଅନ୍ତିମ ଦର୍ଶନ କରିବା ପରେ ତାଙ୍କ ନିଜ ଗ୍ରାମ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗ୍ରାମ ଠାରେ ଖ୍ରୀଷ୍ଟିଆନ ପରମ୍ପରା ଅନୁଯାୟୀ କବର ଦିଆଯାଇଛି । ଏହିପରି ତାଙ୍କର ବିୟୋଗ ଖବର ଶୁଣି ଜୟପୁର ବିଧାୟାକ ତାରା ପ୍ରସାଦ ବାହିନୀପତି ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ସ୍ବାମୀ ଓ ପୁଅଙ୍କୁ ଭୁବନେଶ୍ବରରୁ ଫୋନ ମାଧ୍ୟମରେ ସମବେଦନା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande