କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ
ବଲାଙ୍ଗିର, 21 ଡିସେମ୍ବର (ହି.ସ.) ବିଦ୍ୟାଳୟର ତ୍ରି୦ଶତମ ବାର୍ଷିକ ଉତ୍ସବ ପରିଚାଳନା ସମିତି ର ସଭାପତି ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳନେସଲା ପାତ୍ର ସମ୍ମାନିତ ଅତିଥି ରୂପେ ଶ୍ରୀ ପ୍ରବୀର କୁମାର ପଣ୍ଡା ଅତିରିକ୍ତ ଜି
କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ


ବଲାଙ୍ଗିର, 21 ଡିସେମ୍ବର (ହି.ସ.) ବିଦ୍ୟାଳୟର ତ୍ରି୦ଶତମ ବାର୍ଷିକ ଉତ୍ସବ ପରିଚାଳନା ସମିତି ର ସଭାପତି ଶ୍ରୀ ତ୍ରିବିକ୍ରମ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳନେସଲା ପାତ୍ର ସମ୍ମାନିତ ଅତିଥି ରୂପେ ଶ୍ରୀ ପ୍ରବୀର କୁମାର ପଣ୍ଡା ଅତିରିକ୍ତ ଜିଲ୍ଲା ଶିକ୍ଷା ଧୀଶ ବଲାଙ୍ଗୀର, ମୁଖ୍ୟ ବକ୍ତା ରୂପେ ଶ୍ରୀ ମାନସ ରଞ୍ଜନ ସାହୂ ସହ ମନ୍ତ୍ରୀ ସ୦ସ୍କୃତ ଭାରତୀ ପଶ୍ଚିମ ଉତ୍କଳ ପ୍ରାନ୍ତ ଯୋଗଦେଇ ସମଵେତ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରଧାଆଚାର୍ଯ୍ୟ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ପରିଚୟ ପ୍ରଦାନ ତଥା ବାର୍ଷିକ ବିବରଣୀ ପଠନକରିଥିଲେ । ଶ୍ରୀ ନୀଳାଚଳ ଚିରଗୁନ ସମ୍ପାଦକ ସ୍ବାଗତ ଭାଷଣ ଦେଇଥିବା ବେଳେ ଡା, ଗୋଦାବରୀଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିଭଳି ମେଧାବୀ ସମ୍ମାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ସନ୍ତୋଷ କୁମାର ବେହେରା ମୁଖ୍ୟ ନିର୍ବାହୀ ଅଧିକାରୀ ପୋରପରିସଦ ବଲାଙ୍ଗୀର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀ ଜୀବେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିବେଷିତ ହୋଇ ଥିଲା। ବିଦ୍ୟାଳୟ ର ଗୁରୁଜୀ ଗୁରୁମାଙ୍କ,ତଥା ପରିଚାଳନା ସମିତି ଙ୍କ ଭସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା। ---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande