ସେବା କାଗଜ କଳ ପୁନଃ କାର୍ଯ୍ୟକ୍ଷମ ନହେଲେ ଜାନୁୟାରୀ ମାସରେ ଜୟପୁର ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
ଜୟପୁର, 21 ଡିସେମ୍ବର (ହି.ସ.) ଜୟପୁର ଯାଦବ ଭବନ ଠାରେ ଅବସରପ୍ରାପ୍ତ ଶ୍ରମିକ ଶ୍ରୀ ପ୍ରହ୍ଲାଦ ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାରଖାନା ର ଏକ ୟୁନିଅନର ସଭାପତି ତଥା ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବାହକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ବୈଠକ କୁ ସମ୍ବୋଧିତ କରି କହିଥିଲେ
ସେବା କାଗଜ କଳ ପୁନଃ କାର୍ଯ୍ୟକ୍ଷମ ନହେଲେ ଜାନୁୟାରୀ ମାସରେ ଜୟପୁର ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ


ଜୟପୁର, 21 ଡିସେମ୍ବର (ହି.ସ.) ଜୟପୁର ଯାଦବ ଭବନ ଠାରେ ଅବସରପ୍ରାପ୍ତ ଶ୍ରମିକ ଶ୍ରୀ ପ୍ରହ୍ଲାଦ ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାରଖାନା ର ଏକ ୟୁନିଅନର ସଭାପତି ତଥା ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବାହକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ବୈଠକ କୁ ସମ୍ବୋଧିତ କରି କହିଥିଲେ ଯେ କାରଖାନା ୨୦୨୪ ମସିହା ମେ' ୩୦ ତାରିଖରୁ ଆଉ ଏକ କମ୍ପାନୀ କୁ ବିଜିନେସ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ଅନୁସାରେ ବିକ୍ରି ହୋଇଛି ଏବଂ ତାକୁ ଅନୁମୋଦନ କରି ରାଜ୍ୟ ସରକାର ନୂତନ କମ୍ପାନୀ କୁ ଏନ୍ ଓ ସି ଦେଇଛନ୍ତି l ତାହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ କମ୍ପାନୀ କୁ ବିକ୍ରି ହୋଇଛି କିଏ ମାଲିକ କିଛି ଜଣା ପଡୁ ନାହିଁ । ଆଜିକୁ ଅଠର ମାସ ହେଲା କାରଖାନା ବନ୍ଦ। ଶ୍ରମିକ ମାନଙ୍କୁ ଦରମା ନାହିଁ। ଅବସରପ୍ରାପ୍ତ ଓ ମୃତ ଶ୍ରମିକ ମାନଙ୍କ ସମସ୍ୟା ଅକଥନୀୟ , ପ୍ରାୟ ପଚାଶ ଜଣ ଶ୍ରମିକ ମୃତ୍ୟୁ ବରଣ କଲେଣି ଏବଂ ଅନେକ ବର୍ତ୍ତମାନ ସୁଦ୍ଧା ଶଯ୍ୟାଶାୟୀ। କିନ୍ତୁ କାରଖାନା କାଗଜ ପତ୍ର ରେ ଚାଲିଛି , ପ୍ରତିଦିନ ଠିକ୍ ସମୟରେ ସାଇରନ୍ ବାଜୁଛି। ଚୋରୀ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କିନ୍ତୁ କମ୍ପାନୀ ନାଁ ଲେ ଅଫ୍, ଲକ୍ ଆଉଟ୍ କିଛି ଆଇନ୍ ଗତ ପଦକ୍ଷେପ ନେଉଛି ନାଁ ଶ୍ରମିକ ମାନଙ୍କୁ ଦରମା ଦେଉଛି । ରାଜ୍ୟ ସରକାର କେବଳ ରିପୋର୍ଟ ନେଇ ବିଧାନସଭାରେ ଯଦି ପ୍ରଶ୍ନ ହୁଏ ଉତ୍ତର ରଖନ୍ତି। ଜୟପୁର ର ଏକ ମାତ୍ର ବୃହତ ଶିଳ୍ପ ଏବଂ ଅଞ୍ଚଳର ଅର୍ଥନୈତିକ ଜୀବନ ରେଖା । କେବଳ ଶ୍ରମିକ ନୁହଁନ୍ତି କାଠ ଯୋଗାଣକାରୀ ସଂସ୍ଥା,ଚାଷୀ,ଗାଡ଼ି ମାଲିକ , ବିଭିନ୍ନ ଆନୁସଙ୍ଗିକ କାମରେ ଥିବା ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ଚାଲୁ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର କୋରାପୁଟ ଜିଲ୍ଲା କୁ ଏବଂ ବିଶେଷକରି ଜୟପୁର କାଗଜ କଳ ପାଖକୁ ଆସି ଘୋଷଣା କରିଥିଲେ ମଧ୍ୟ କିଛି ହୋଇ ନାହିଁ। ଏହି ଅବସ୍ଥା ଦୂର କରିବା ସହ କାରଖାନା କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ଉପସ୍ଥିତ ଅବସରପ୍ରାପ୍ତ ଶ୍ରମିକ ମାନେ ମତ ଦେଇଛନ୍ତି ଯେ ଜାନୁୟାରୀ ମାସରେ ପୁନର୍ବାର ବୈଠକ କରି ଜୟପୁର ସହରରେ ଆନ୍ଦୋଳନ ଆରମ୍ଭ କରିବା ପାଇଁ ହେବ । ସବୁ ସଂଘ ସଂଗଠନ ମାନଙ୍କ ସହଯୋଗ ଲୋଡି ବୈଠକ ଆହୁତ ହେବ । ପ୍ରକାଶଯୋଗ୍ୟ ଯେ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ପକ୍ଷରୁ ୨୦୨୪ ଜୁଲାଇ ଏକ ତାରିଖରୁ ପ୍ରତିଦିନ କାରଖାନା ସମ୍ମୁଖରେ ଏକ ଘଣ୍ଟା ଧାରଣା କାର୍ଯ୍ୟକ୍ରମ ଜାରି ରହିଛି। ଆଜି ର ବୈଠକ ରେ ସର୍ବଶ୍ରୀ ବସନ୍ତ ବେହେରା, ଭାସ୍କର ମିଶ୍ର, ନରସିଂହ ମହାପାତ୍ର,ସରୋଜ ପଣ୍ଡା, ଯୁଧିଷ୍ଠିର ସ୍ୱାଇଁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande