ଓଡିଶା ରାଜ୍ୟ ଅଣଗେଜେଟେଡ କର୍ମଚାରି ସମନ୍ୱୟ ସମିତିର କୋରାପୁଟ ଜିଲା ଶାଖାର ସମାବେଶ
ଜୟପୁର, ୨୧ ଡିସେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ସମାବେଶ ଓ ବନ୍ଧୁ ମିଳନ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାଶଙ୍କ ଆହ୍ବାନ କ୍ର
ଓଡିଶା ରାଜ୍ୟ ଅଣଗେଜେଟେଡ କର୍ମଚାରି ସମନ୍ୱୟ ସମିତିର କୋରାପୁଟ ଜିଲା ଶାଖାର ସମାବେଶ


ଜୟପୁର, ୨୧ ଡିସେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ସମାବେଶ ଓ ବନ୍ଧୁ ମିଳନ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାଶଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ ଅଣଗେଜେଟେଡ୍ କର୍ମଚାରୀ ଯୋଗଦାନ କରିଥିଲେ l ପ୍ରଥମେ ରାଜ୍ୟ ନେତୃବୃନ୍ଦ ଓ ବିଭିନ୍ନ ଜିଲ୍ଲା ରୁ ଆସିଥିବା ନେତୃବୃନ୍ଦଙ୍କୁ ରାଜ ନହର ରଘୁନାଥ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ନୃତ୍ୟ, ସଙ୍ଗୀତ ଓ କୋରାପୁଟର ପରମ୍ପରା ଢେମସା ରେ ଜଗତ୍ ଜନନୀ ମନ୍ଦିର ଛକ ପର୍ଯ୍ୟନ୍ତ ନିଆଯାଇଥିଲା l ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ବିଭିନ୍ନ ନ୍ୟାର୍ଯ୍ୟ ଦାବି ଉପରେ ସ୍ଲୋଗାନ ଦେଇଥିଲେ କର୍ମଚାରି। ତା'ପରେ ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କର୍ମଚାରି ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ଆଲୋଚନା ହୋଇଥିଲା, ମୁଖ୍ୟତଃ କର୍ମଚାରି ମାନଙ୍କୁ ୨୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ, ପୁରୁଣା ନିୟମ ଅନୁସାରେ ଅନୁକମ୍ପା ମୂଳକ ନିଯୁକ୍ତି, ଏକ୍ସ କ୍ୟାଡ଼ର ଉଛେଦ, ବ୍ଲକଗ୍ରାଣ୍ଟ ଉଚ୍ଛେଦ, ଠିକା ନିଯୁକ୍ତି ଉଛେଦ ସହିତ ଅନ୍ୟାନ୍ୟ ଦାବି, ଏନେଇ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା ସହିତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ବୈଠକରେ ଷ୍ପଷ୍ଟ କରିଥିଲେ l ଏହି ବୈଠକରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ସେଠି, ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିର ଅଧ୍ୟକ୍ଷ ସୁନନ୍ଦ କୁମାର କାନୁନଗୋ, ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଉପଖଣ୍ଡ ସମ୍ପାଦକ ଶ୍ୟାମ ସୁନ୍ଦର ନାୟକ, ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ପୁର୍ବତନ ଉପସଭାପତି ନରେନ୍ଦ୍ର ନାଥ ତ୍ରିପାଠୀ, ପୁର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପ କେଶରୀ ଦଲେଇ, ଜିଲ୍ଲା ଅଧ୍ୟକ୍ଷ ହରି ହର ଶତପଥୀ ଜିଲ୍ଲା ସମ୍ପାଦକ ମହେଶ୍ୱର ମିଶ୍ର ଓ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସଭାପତି ଶଶୀ ଭୂଷଣ ଦାସ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପରି ଶେଷରେ ଶ୍ରୀ ଦାଶ୍ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande