ବିଜେଡି ଏକଜୁଟ୍ ଅଛି, ଦଳ ମଧ୍ୟରେ କୌଣସି କନ୍ଦଳ ନାହିଁ: ଅଶୋକ ପଣ୍ଡା
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ଭାବେ ଏକଜୁଟ୍ ଅଛି ଏବଂ ଦଳ ମଧ୍ୟରେ କୌଣସି ପ୍ରକାରର କନ୍ଦଳ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା। ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ବିଜେପି ଓ କଂଗ୍ରେସରେ
ଅଶୋକ ପଣ୍ଡା


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ବିଜୁ ଜନତା ଦଳ (ବିଜେଡି) ସମ୍ପୂର୍ଣ୍ଣ ଭାବେ ଏକଜୁଟ୍ ଅଛି ଏବଂ ଦଳ ମଧ୍ୟରେ କୌଣସି ପ୍ରକାରର କନ୍ଦଳ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା।

ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ବିଜେପି ଓ କଂଗ୍ରେସରେ ଯେଭଳି ଦଳୀୟ କନ୍ଦଳ ଦେଖିବାକୁ ମିଳୁଛି, ବିଜେଡିରେ ସେପରି ପରିସ୍ଥିତି କେବେ ବି ନାହିଁ। ଦଳ ମଧ୍ୟରେ ମତାନ୍ତର ଓ ମନାନ୍ତର ରହିବା ସ୍ୱାଭାବିକ, କିନ୍ତୁ ସମସ୍ତଙ୍କୁ ସହ ନେଇ ଦଳକୁ ଆଗକୁ ନେବା ହେଉଛି ବିଜେଡିର ପରମ୍ପରା ବୋଲି ସେ କହିଛନ୍ତି।

ଭୋଜି ଭାତ ସମ୍ପର୍କରେ ପଚାରାଯିବାରେ ଶ୍ରୀ ପଣ୍ଡା କହିଛନ୍ତି ଯେ କାହାକୁ ଡାକିବେ କିମ୍ବା ନ ଡାକିବେ, ସେଥି ଆୟୋଜକଙ୍କର ନିଜସ୍ୱ ନିଷ୍ପତ୍ତି। ତେବେ ଏହାକୁ ଦଳ ମଧ୍ୟରେ ମେଳି ବୋଲି ବ୍ୟାଖ୍ୟା କରାଯିବା ଭୁଲ।

ସେ ସ୍ପଷ୍ଟ କରି କହିଛନ୍ତି ଯେ ବିଜେଡି ଦଳ ସମ୍ପୂର୍ଣ୍ଣ ଭାବେ ଏକଜୁଟ୍ ଅଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ଏକତା ଏହି ଭଳି ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande