ରାଉରକେଲାରେ ଅତି ଘନ କୁହୁଡ଼ି, କେନ୍ଦୁଝର ଓ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ରବିବାର ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କେନ୍ଦୁଝର ଓ ଫୁଲବାଣୀରେ ଘନ କୁହୁଡ଼ି, ଭବାନୀପାଟଣା, ଚାନ୍ଦବାଲି, କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଏବଂ ବାରିପଦାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ରାଉରକେଲାରେ ଅତି
ରାଉରକେଲାରେ ଅତି ଘନ କୁହୁଡ଼ି, କେନ୍ଦୁଝର ଓ ଫୁଲବାଣୀରେ ଘନ କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ରବିବାର ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କେନ୍ଦୁଝର ଓ ଫୁଲବାଣୀରେ ଘନ କୁହୁଡ଼ି, ଭବାନୀପାଟଣା, ଚାନ୍ଦବାଲି, କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଏବଂ ବାରିପଦାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ରାଉରକେଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । ସେହିପରି କେନ୍ଦୁଝର ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ଭବାନୀପାଟଣା, ଚାନ୍ଦବାଲି, କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ରହିଛି ।

ଅନୁରୂପ ଭାବେ ବାରିପଦାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande