
ବାରିପଦା, ୨୧ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡଗାଁ ପଂଚାୟତର ଜୁହା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାଳ ଛପର ଘର ଭିତରେ ନିଆଁ ଜାଳି ଶେକି ହୋଇ ସପରିବାର ଶୋଇଯିବା ପରେ ଗତକାଲି ବିଳମ୍ବିତ ରାତିରେ ଏହି ନିଆଁରୁ ଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଚାଳଛପର ଘରର ଗୋଟିଏ ବଖରାରେ ଶୋଇଥିବା ଶ୍ୱଶୁର ଆନନ୍ଦ ସିଂ(୬୫) ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ବଖରାରେ ଶୋଇଥିବା ପୁଅ ବୋହୂ ଓ ଆନନ୍ଦଙ୍କ ପତ୍ନୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ଆଜି ସକାଳେ ବାଙ୍ଗିରିପୋଷି ତହସିଲଦାର ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ