ପଲିୟୁସନ ସାର୍ଟିଫିକେଟ ନଥିଲେ ମିଳିବନି ପେଟ୍ରୋଲ ନିଷ୍ପତିକୁ ଉତ୍କଳ ପେଟ୍ରୋଲିୟମ ସଂଘର ସଭାପତିଙ୍କ ସ୍ୱାଗତ, କାଲି ସରକାରଙ୍କ ସହ ଏନେଇ ଆଲୋଚନା
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ। ସରକାରଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିଛି ଉତ୍କଳ ପେଟ୍ରୋଲିୟମ ସଂଘ। ସଂଘର ସଭାପତି କହିଛନ୍ତି ଯେ, ଦିଲ୍ଲୀ ପରିସ୍ଥିତି ଓଡ଼ିଶା ନ ଭୋଗୁ। ମହତ୍ ଉଦେଶ୍ୟ ରଖି ସରକାର ଏ ନି
ପେଟ୍ରୋଲ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)- ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି

ପେଟ୍ରୋଲ। ସରକାରଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିଛି ଉତ୍କଳ ପେଟ୍ରୋଲିୟମ ସଂଘ। ସଂଘର ସଭାପତି

କହିଛନ୍ତି ଯେ, ଦିଲ୍ଲୀ ପରିସ୍ଥିତି ଓଡ଼ିଶା ନ ଭୋଗୁ। ମହତ୍ ଉଦେଶ୍ୟ ରଖି ସରକାର ଏ ନିଷ୍ପତ୍ତି

ନେଇଛନ୍ତି। ହେଲେ ଏହାର ମାନଦଣ୍ଡ ଓ ମେକାନିଜିମ୍ କଣ ରହିବ ସେ ନେଇ କାଲି ସରକାରଙ୍କ ସହ ଆଲୋଚନା

କରାଯିବ। ଦୁଇ କି ତିନି ଦିନରେ ଜଣେ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକେଇବା ପାଇଁ ଆସୁଥିବା ବେଳେ

ଜଣେ ପଲିୟୁସନ ସାର୍ଟିଫିକେଟ ରେଗୁଲାର ଦେଖେଇବ କିମିତି ? ପ୍ରତ୍ୟେକ ଦିନ

୫୦୦୦ ଲୋକ ତେଲ ପକାଉଛନ୍ତି ସମସ୍ତଙ୍କର ପଲିୟୁସନ ସାର୍ଟିଫିକେଟ ଦେଖିବା ସମ୍ଭବ ହେବ କି? ସରକାରଙ୍କ ସହ ଆଲୋଚନା ହେବା ପରେ ନିଷ୍କର୍ଷ ବାହାରିବ

ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande