
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ସରକାର ଯାହା ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ତାକୁ
ପାଳନ କରୁଛନ୍ତି । ଲକ୍ଷାଧିକ ଜମାକାରୀ ଟଙ୍କା ପାଇ ସାରିଲେଣି ବୋଲି ବିଜେପି ରାଜ୍ୟ ସଭାପତି
ମନମୋହନ ସାମଲ କହିଛନ୍ତି । ଏବେ ସରକାର ଆଉ 5
ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି । ସେମାନେ ଜାନୁଆରୀ 31 ଭିତରେ ଟଙ୍କା ଫେରି ପାଇବେ ।
ଏବେ କ୍ଷୁଦ୍ର ଜମାକାରୀ ଫେରି ପାଇବେ । ପ୍ରାୟ କ୍ଷୁଦ୍ର ଜମାକାରୀ ପାଇଯିବେ । ପର୍ଯ୍ୟାୟ କ୍ରମେ
ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ । ବଡ ଜମାକାରୀଙ୍କ ଟଙ୍କା ମଧ୍ୟ ଫେରାଯିବ ବୋଲି
ମନମୋହନ ସାମଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା