
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- 3 ଲକ୍ଷ 85 ହଜାର 405 ଟନ ଧାନ ବର୍ତ୍ତମାନ ସୁଦ୍ଧା ଉଠି
ସାରିଲାଣି। 85 ହଜାର 183 ଜଣ ଚାଷୀ ଦେଇଛନ୍ତି। ଧାନ ପ୍ରତି ଦିନ ଉଠୁଛି। ସରକାରକୁ ବଦନାମ
କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ
ବଳସାମନ୍ତ। ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି, ଆମ ପାଖେ ଖବର ଅଛି। ଚାଷୀ ଚାହୁଁଛନ୍ତି ଧାନ ଆଣିଲେ
ସଙ୍ଗେ ସଙ୍ଗେ ଉଠିଯାଉ ବୋଲି। ତାହା ସମ୍ଭବ
ନୂହେଁ। ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଚିଛି, ଚାଷୀଙ୍କୁ କିଛି
ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା