
ଭୁବନେଶ୍ୱର, 22 ଡିସେମ୍ବର (ହି.ସ.)- ପୁଣି ସୋସିଆଲ୍ ମିଡିଆରେ ବିଜେଡିକୁ କଟାକ୍ଷ କଲେ
ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ
ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀ ଆକ୍ଷେପ କରିଛନ୍ତି । ବିଜେଡି
ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିବା ସହ କିଏ କାହା ଟିମ୍ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା
ବୋଲି କହିଛନ୍ତି । ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନଥିବା ଶ୍ରୀମୟୀ ବ୍ୟଙ୍ଗ କବିତା
କରିଛନ୍ତି । କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ । ବଣ ଭୋଜି ଖାଇ କିଛି
ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ
ପାଇଁ ଟଣାଓଟରା । କାହା ଟିମ୍ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା । ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ
ଦେଲେନି ସବୁଜ ସଙ୍କେତ ବୋଲି ଶ୍ରୀମୟୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା