
ଜୟପୁର , 23 ଡିସେମ୍ବର (ହି.ସ.)ମିଲର ମାନେ ଆଜି ଜୟପୁର ସ୍ଥିତ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଦ୍ୱାରସ୍ତ ହୋଇଛନ୍ତି l ମିଲରଙ୍କ ଏଫଏକ୍ୟୁ ମାନର ଧାନ ଦିଆଯାଉ ଚାଷୀ ଯେଉଁ ଖାଲି ଅଖା ମିଲର ଫେରସ୍ତ ଦେଉନାହାନ୍ତି ବୋଲି ଯେଉଁ ଅଭିଯୋଗ କରୁଛନ୍ତି ସେ ସବୁ ବିଷୟ ନେଇ ଆଜି ମିଲର ସ˚ଘ କର୍ମକର୍ତ୍ତା ଜିଲ୍ଲା ଯୋଗାଣ ଅଧିକାରୀ ମାନସ ମହାପାତ୍ରଙ୍କୁ ଭେଟି ଦାବି ଜଣାଇଛନ୍ତି। ମିଲରଙ୍କ କହିବା କଥା ହେଲା ଚାଷୀ ମଣ୍ତିରେ ଆଣି ଧାନ ପକାଇ ଖାଲି ଅଖା ନେଇଯାଆନ୍ତୁ। ଆର ଏମ ସି କିମ୍ବା ଲ୍ୟାମ୍ପ ଧାନ ଗୁଡିକୁ ବସ୍ତାରେ ପ୍ୟାକି˚ କରି ମିଲରଙ୍କୁ ଦେଲେ ମିଲର ଧାନ ଉଠାଇବେ। ଚାଷୀଯେଉଁ ଅଭିଯୋଗ କରୁଛନ୍ତି ମିଲର ଖାଲି ଅଖା ଦେଉନାହାନ୍ତି ବୋଲି ଭୁଲ ଅଟେ। ମିଲର ଧାନ ଉଠାଇବା ପରେ ଅଖାର ମାନ ମଧ୍ୟ କମିଯାଉଛି। ମିଲକୁ ନେବା ପରେ ସେହି ଅଖା ଫେରାଇବା କଷ୍ଟକର ଅଟେ। ଏପରିକି ଯୋଗାଣ ଅଧିକାରୀ ମିଲର ମାନଙ୍କୁ ଚାଉଳ ପ୍ରଦାନ କରିବା ସମୟରେ ଏଫଏକ୍ୟୁ ଚାଉଳ ମାଗୁଛନ୍ତି କିନ୍ତୁ ଏଫଏକ୍ୟୁ ଧାନ ଦେଉନାହାନ୍ତି। ଯଦି ଯୋଗାଣ ବିଭାଗ ପକ୍ଷରୁ ଏଫଏକ୍ୟୁ ଧାନ ଦେଲେ ମିଲର ମାନେ ମଧ୍ୟ ଏଫଏକ୍ୟୁ ଚାଉଳ ପ୍ରଦାନ କରିବେ ବୋଲି କହିଛନ୍ତି। ଚାଷୀ ମାନେ ଜରି ଅଖାରେ ଧାନ ବିକ୍ରି କରିବାକୁ ଆଣୁଛନ୍ତି ଯାହାଫଳରେ ମିଲର ସେହି ଜରି ଅଖାରେ ଥିବା ଧାନକୁ ଆଣି ମିଲରେ ଷ୍ଟକ ରଖିଲେ ଗରମକୁ ଧାନର ରଙ୍ଗ ପରିବର୍ତ୍ତନ ହେବା ସହ ଧାନର ମାନ କମିଯାଉଛି। ତେଣୁ ଚାଷୀ ମାନେ ଧାନ ଆଣି ଜରିଅଖା ନେଇଗଲ ମିଲର ମାନେ ଝୋଟ ଅଖା ନେଇ ଧାନ ଆଣିବେ ଯାହା ଫଳରେ ଧାନର ମାନ ମଧ୍ୟ ଭଲ ରହିବ ବୋଲି ମିଲର ସ˚ଘ ପକ୍ଷରୁ କୁହାଯାଇଛି। ମିଲର ସ˚ଘ ପକ୍ଷରୁ ସଭାପତି ତ୍ରିପତିରାଓ, ସ˚ପାଦକ ଗୋପାଳ ପଣ୍ତା, ଉପଦେଷ୍ଠା ପୂର୍ଣ୍ଣ ପଟ୍ଟନାୟକ ଓ କୁନୁ ଦାସଙ୍କ ସମେତ ଅନ୍ୟ ମିଲର ମାଲିକ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି