ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ ଲାଲ୍‌ ହେଲା ଶୁଲିଆ ପୀଠ ମାଟି
ବଲାଙ୍ଗିର, 23 ଡିସେମ୍ବର (ହି.ସ. ଆଜି ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ସୁଲିଆ ଯାତ୍ରା ଅନୁଷ୍ଟିତ ହୋଈ ଯାଇଚି। ବଲାଙ୍ଗିର ସହର ତମାମ ଆଜି ଖାଁ ଖାଁ ହୋଇ ଥିଲା। ସବୁ ଭିଡ଼ ର ଯାତ୍ରା ସୁଲିଆ ଖଳା କୁ ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁ
ପ୍ରସିଦ୍ଧ ଶୁଲିଆ ଯାତ୍ରା ସମାପନ : ବଳି ରକ୍ତରେ  ଲାଲ୍‌  ହେଲା    ଶୁଲିଆ ପୀଠ ମାଟି


ବଲାଙ୍ଗିର, 23 ଡିସେମ୍ବର (ହି.ସ.

ଆଜି ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ସୁଲିଆ ଯାତ୍ରା ଅନୁଷ୍ଟିତ ହୋଈ ଯାଇଚି। ବଲାଙ୍ଗିର ସହର ତମାମ ଆଜି ଖାଁ ଖାଁ ହୋଇ ଥିଲା। ସବୁ ଭିଡ଼ ର ଯାତ୍ରା ସୁଲିଆ ଖଳା କୁ

ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ଆଜି ଆୟୋଜିତ ହୋଇଛି ଶୁଲିଆ ଯାତ୍ରା । ଗତ ବିଳମ୍ବିତ ରାତିରେ ନିଶିପୂଜା ହୋଇଥିଲା । ମଙ୍ଗଳବାର ଭୋର୍‌ ସମୟରେ ଛତର୍‌ ବଏରଗ୍‌ ଓ ପାଟବୁଦା ଧରି ପାରମ୍ପରିକ ବାଦ୍ୟ ରୀତିନୀତି ସହ ବରୁଆ ଓ ଦେହୁରିଆମାନେ ଶୋଭାଯାତ୍ରାରେ ଶୁଳିଆ ପୀଠରେ ପହଞ୍ଚିଥିଲେ । ଶୁଳିଆ ବୁଢାଙ୍କ ପୀଠରେ ପୂଜାର୍ଜନା ପରେ ଉଭୟ ଖଳାରେ ଶହ ଶହ ସଂଖ୍ୟାରେ ପୋଢ଼, ବୋଦା, ମେଣ୍ଢା, କୁକୁଡ଼ା, ପାରା, ବତକ ଆଦି ବଳି ପଡ଼ୁଥିବା ଦେଖିବାକୁ ମିଳିଛି । ରକ୍ତରଞ୍ଜିତ ହୋଇପଡ଼ିଛି ଶୁଳିଆ ପୀଠ । ଶୁଲିଆ ଯାତ୍ରାରେ ମାନସଧାରି ଭକ୍ତ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande