ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ପ୍ରକାଶନକୁ ପ୍ରଶଂସା କଲେ ପିଏମ ମୋଦି
ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭାରତର ସଂବିଧାନକୁ ସାନ୍ତାଳୀ ଭାଷାରେ ଜାରି କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ସଂବିଧାନ ପ୍ରତି ସଚେତନତା ବ
ସାନ୍ତାଳୀ ଭାଷାରେ ସମ୍ବିଧାନ


ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭାରତର ସଂବିଧାନକୁ ସାନ୍ତାଳୀ

ଭାଷାରେ ଜାରି କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା

ସଂବିଧାନ ପ୍ରତି ସଚେତନତା ବଢ଼ିବ ଏବଂ ଲୋକତାନ୍ତ୍ରିକ ସହଭାଗିତାକୁ ଆହୁରି ସୁଦୃଢତା ମିଳିବ।

ଶୁକ୍ରବାର ରାଷ୍ଟ୍ରପତିଙ୍କ

ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହା ଏକ ପ୍ରଶଂସନୀୟ ପ୍ରୟାସ। ସାନ୍ତାଳୀ ଭାଷାରେ ସଂବିଧାନ ଉପଲବ୍ଧ

ହେବା ଦ୍ୱାରା ସଂବିଧାନିକ ସଚେତନତା ଏବଂ ଲୋକତାନ୍ତ୍ରିକ ଅଂଶଗ୍ରହଣକୁ ଆହୁରି ଗଭୀରତା ମିଳିବ।

ଭାରତ ସଂଥାଳୀ ସଂସ୍କୃତି ଏବଂ ଜାତୀୟ ପ୍ରଗତିରେ ସାନ୍ତାଳୀ ସମାଜର ଅବଦାନ ଉପରେ ଗର୍ବ ବୋଧ

କରେ।”

ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର

ସଂବିଧାନର ଔପଚାରିକ ଲୋକାର୍ପଣ କରିଥିଲେ। ଏହି ସଂବିଧାନ ସାନ୍ତାଳୀ ଭାଷାର ଓଲଚିକି (ଆଲଚିକି)

ଲିପିରେ ପ୍ରକାଶିତ କରାଯାଇଛି। ସାନ୍ତାଳୀ ଭାଷା ଭାରତର ପ୍ରାଚୀନ ଜୀବିତ ଭାଷାମାନଙ୍କ ମଧ୍ୟରୁ

ଗୋଟିଏ। ୨୦୦୩ ମସିହାର ସଂବିଧାନର ୯୨ତମ ସଂଶୋଧନ ଆଇନ ମାଧ୍ୟମରେ ଏହାକୁ ଅଷ୍ଟମ ତାଲିକାରେ

ସମ୍ମିଳିତ କରାଯାଇଥିଲା। ଏହି ଭାଷା ପ୍ରଧାନତଃ ଝାରଖଣ୍ଡ, ଓଡ଼ିଶା,

ପଶ୍ଚିମ ବଙ୍ଗାଳ ଏବଂ ବିହାରରେ ବହୁ ସଂଖ୍ୟକ ଆଦିବାସୀ ସମୁଦାୟ

ଦ୍ୱାରା କଥିତ ହୁଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande