ବୀର ବାଲ୍ ଦିବସରେ ସାହିବଜାଦାଙ୍କୁ ନମନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ଶୁକ୍ରବାର ‘ବୀର ବାଲ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହିବଜାଦାମାନଙ୍କ ଅଦ୍ୱିତୀୟ ବଳିଦାନକୁ ଶ୍ରଦ୍ଧାସହିତ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ ବୀର ବାଲ୍ ଦିବସ ସାହିବଜାଦାମାନଙ୍କ ସାହସ, ତ୍ୟାଗ ଏବଂ ବଳିଦାନକୁ ସ୍ମରଣ କ
ବୀର ବାଲ୍ ଦିବସରେ     ସାହିବଜାଦାଙ୍କୁ ନମନ କଲେ ପିଏମ ମୋଦି


ନୂଆଦିଲ୍ଲୀ, 26 ଡିସେମ୍ବର (ହି.ସ.)- ଶୁକ୍ରବାର ‘ବୀର

ବାଲ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହିବଜାଦାମାନଙ୍କ ଅଦ୍ୱିତୀୟ ବଳିଦାନକୁ

ଶ୍ରଦ୍ଧାସହିତ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ ବୀର ବାଲ୍ ଦିବସ ସାହିବଜାଦାମାନଙ୍କ ସାହସ, ତ୍ୟାଗ ଏବଂ ବଳିଦାନକୁ ସ୍ମରଣ କରିବାର ଦିନ ଅଟେ।

ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ

ସେୟାର କରିଥିବା ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଏହି ଅବସରରେ ମାତା ଗୁଜରୀ ଜୀଙ୍କ ଦୃଢ

ଆସ୍ଥା ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଅମର ଶିକ୍ଷାମାନଙ୍କୁ ମଧ୍ୟ ସ୍ମରଣ କରାଯାଏ। ସେ

କହିଛନ୍ତି ଯେ ବୀର ବାଲ ଦିବସ ସାହସ, ଦୃଢ଼ ସଙ୍କଳ୍ପ ଓ

ଧର୍ମନିଷ୍ଠା ସହ ଜଡିତ ଦିନ ଅଟେ।

ମୋଦୀ କହିଛନ୍ତି ଯେ

ସାହିବଜାଦାମାନଙ୍କ ଜୀବନ ଓ ଆଦର୍ଶ ଆସନ୍ତା ପିଢ଼ିମାନଙ୍କୁ ନିରନ୍ତର ପ୍ରେରଣା ଦେଇ ଯିବ। ସେ

ଦେଶବାସୀଙ୍କୁ ସେମାନଙ୍କ ମୂଲ୍ୟବୋଧକୁ ଆତ୍ମସାତ କରି ଦେଶ ଗଠନରେ ଅବଦାନ ଦେବାକୁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande