ବରଗଡ଼ରେ ୮୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଭୂମିପୂଜନ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.):: ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉଚ୍ଚ ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବରଗଡ଼ରେ ୫୦ ମିଟର ଲମ୍ବ ବିଶିଷ୍ଟ ଇଣ୍ଡୋର ସନ୍ତରଣାଗାରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାସ୍ତରୀ
ବରଗଡ଼ରେ ୮୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଭୂମିପୂଜନ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.):: ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉଚ୍ଚ ଶିକ୍ଷା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବରଗଡ଼ରେ ୫୦ ମିଟର ଲମ୍ବ ବିଶିଷ୍ଟ ଇଣ୍ଡୋର ସନ୍ତରଣାଗାରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ପାଇଁ ପ୍ରାୟ ୮୦ କୋଟି ଟଙ୍କା ବ୍ୟୟ ହେବ।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ତୃଣମୂଳ ସ୍ତରରୁ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଉନ୍ନତ ଭିତ୍ତିଭୂମି ସୁବିଧା ପ୍ରଦାନ ସହ ରାଜ୍ୟର ଯୁବ କ୍ରୀଡ଼ାବିତମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ବିଜେପୁର ବିଧାୟକ ସନତ କୁମାର ଗର୍ତିଆ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande