‘ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉ’: ଜାନୁଆରୀ ୧ରେ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.): ଜାନୁଆରୀ ୧ ତାରିଖରେ ମଧ୍ୟରାତ୍ରରୁ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ପ୍ରସ୍ତାବକୁ ନେଇ ବିରୋଧ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହେଶ କୁମାର ସାହୁ ଏହି ପ୍ରସ୍ତାବକୁ ‘ଧାର୍ମିକ ଓ ପରମ୍ପରାଗତ ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ’ ବୋଲି କହ
‘ମହାପ୍ରଭୁଙ୍କୁ ରାତି ଅନିଦ୍ରା କରା ନ ଯାଉ’: ଜାନୁଆରୀ ୧ରେ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.): ଜାନୁଆରୀ ୧ ତାରିଖରେ ମଧ୍ୟରାତ୍ରରୁ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ପ୍ରସ୍ତାବକୁ ନେଇ ବିରୋଧ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହେଶ କୁମାର ସାହୁ ଏହି ପ୍ରସ୍ତାବକୁ ‘ଧାର୍ମିକ ଓ ପରମ୍ପରାଗତ ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ’ ବୋଲି କହି ଗଜପତି ମହାରାଜା, ରାଜ୍ୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ବିରୋଧ ଜଣାଇଛନ୍ତି।

ଚିଠିରେ ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି ଯେ, ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ନେଇ ମଧ୍ୟରାତ୍ରରୁ ମନ୍ଦିର ଖୋଲିବା ପ୍ରସ୍ତାବ ଆସୁଥିବା ସହ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦମାନେ ଏହାକୁ ନେଇ ନିରନ୍ତର ଆପତ୍ତି ପ୍ରକାଶ କରୁଛନ୍ତି। ଏହି ପ୍ରଥା ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତି ଓ ଧାର୍ମିକ ମର୍ଯ୍ୟାଦାର ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁଙ୍କୁ ରାତି ଅନିଦ୍ରା କରାଯିବା କୌଣସି ଭାବେ ଉଚିତ୍ ନୁହେଁ। ମହାପ୍ରଭୁଙ୍କ ସ୍ବାଭାବିକ ଦୈନନ୍ଦିନ ନୀତିକାନ୍ତି ଓ ପାରମ୍ପରିକ ପୂଜାବିଧିକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଧାରଣ ଦିନମାନଙ୍କ ପରି ମନ୍ଦିର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande