

ସମ୍ବଲପୁର, ୨୯, ଡିସେମ୍ବର (ହି.ସ.) - ଆଜି ଅଖିଳ ଭାରତୀୟ ବିଏସଏନଏଲ ପେନସନର ୱେଲଫେୟାର ଆସୋସିଏସନ ପକ୍ଷରୁ କଚେରୀ ରୋଡ ସ୍ଥିତ ଦୂରସଂଚାର ଭ୍ୱନ ପରିସରରେ ସମ୍ବଳପୁର ଜିଲା ଶାଖାର ସଭାପତି ଆନନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସର୍କଲର ସମ୍ପାଦକ ବିଶ୍ୱନାଥ ବେହେରା ମୁଖ୍ୟ ଅତିଥି ଏବଂ କଟକ ଡ଼ିଭିଜନର ଧ୍ରୃବ ଚରଣ ପରିଜା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମିଲନୀରେ ଅବସରପ୍ରାପ୍ତ ତଥା ପେନସନ ଭୋଗୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ତଥା ସରକାରଙ୍କ ନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ପେନସନର ମାନଙ୍କ ପେନସନ ରିଭିଜନ କେସ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ୭୭ ବର୍ଷରୁ ଅଧିକ ବୟସର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ। ବିଏସଏନଏଲ ପେନସନର ୱେଲଫେୟାର ଆସୋସିଏସନର ସମ୍ବଲପୁର ସମ୍ପାଦକ ର୍ନିମଳ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଚତୂର୍ଭୁଜ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ