ଚିଲିକାରେ ପର୍ଯ୍ୟଟକ ସୁରକ୍ଷା ପାଇଁ ପୋଲିସ୍ ସହାୟତା କେନ୍ଦ୍ରର ଉଦ୍‌ଘାଟନ କଲେ ପୂର୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 29 ଡିସେମ୍ବର (ହି.ସ.) ପୂର୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ଦିନ ଚିଲିକାରେ ସ୍ଥାପିତ ପୋଲିସ୍ ସହାୟତା କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଚିଲିକାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ସୁବିଧା ସରକାର
ଚିଲିକାରେ ପର୍ଯ୍ୟଟକ ସୁରକ୍ଷା ପାଇଁ ପୋଲିସ୍ ସହାୟତା କେନ୍ଦ୍ରର ଉଦ୍‌ଘାଟନ କଲେ ପୂର୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 29 ଡିସେମ୍ବର (ହି.ସ.) ପୂର୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ଦିନ ଚିଲିକାରେ ସ୍ଥାପିତ ପୋଲିସ୍ ସହାୟତା କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଚିଲିକାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ସୁବିଧା ସରକାରଙ୍କ ପ୍ରାଥମିକତା। ପୋଲିସ୍ ସହାୟତା କେନ୍ଦ୍ର ଦ୍ୱାରା ପର୍ଯ୍ୟଟକମାନେ ଆବଶ୍ୟକ ସମୟରେ ତ୍ୱରିତ ସହଯୋଗ ପାଇପାରିବେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଏସ୍‌ଡିପିଓ ଶ୍ରୀ ସଞ୍ଜୟ ପଟ୍ଟନାୟକ, ଆଇଆଇସି ଶ୍ରୀ ଜୟ ପ୍ରକାଶ ପରିଡ଼ା, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ, କାଉନସିଲର ଶ୍ରୀ ପ୍ରଶାନ୍ତ ବେହେରା, କାଉନସିଲର ଶ୍ରୀ ମନୁ ସ୍ୱାଇଁ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରାଣନାଥ ସେଠ୍ ସହ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande