ବରିଷ୍ଠ ନାଗରିକ କଲ୍ୟାଣ ସମିତିର ସଧାରଣ ବୈଠକ
ଜୟପୁର, ୨୯ ଡିସେମ୍ବର (ହି.ସ.) - ଏକ ହୋଟେଲ ପରିସରରେ ବରିଷ୍ଠ ନାଗରିକ କଲ୍ୟାଣ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି କିଶୋର ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପ୍ରଥମେ ସମିତିର ପୂର୍ବତନ ସଭାପତି ସ୍ୱର୍ଗତ ନରସିଂହ ପଟ୍ଟନାୟକଗ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ
ବରିଷ୍ଠ ନାଗରିକ କଲ୍ୟାଣ ସମିତିର ସଧାରଣ ବୈଠକ


ଜୟପୁର, ୨୯ ଡିସେମ୍ବର (ହି.ସ.) - ଏକ ହୋଟେଲ ପରିସରରେ ବରିଷ୍ଠ ନାଗରିକ କଲ୍ୟାଣ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି କିଶୋର ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପ୍ରଥମେ ସମିତିର ପୂର୍ବତନ ସଭାପତି ସ୍ୱର୍ଗତ ନରସିଂହ ପଟ୍ଟନାୟକଗ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କିରିବା ସହ ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ସରକାରଙ୍କ ଯୋଜନା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୂଆବର୍ଷ ନିମନ୍ତେ ବନ୍ଧୁମିଳନ କରିବା ପାଇଁ ସ୍ଥିର କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ପଣ୍ଡା, କୋଷାଧ୍ୟକ୍ଷ ଖଲି ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ସଭ୍ୟ ପରମେଶ୍ୱର ପାତ୍ର, ମୁନା ରଥ, କୃଷ୍ଣ ହୋତା, ରାମକୃଷ୍ଣ ସାବତ, ବାବାଜି ପାଣିଗ୍ରାହୀ, ବାମଦେବ ମହାପାତ୍ର, ରାମ ପ୍ରସାଦ ଦୋରା ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande