ସମ୍ବଲପୁର ଲୋକ ମହୋତ୍ସବ : ପଶ୍ଚିମ ଓଡିଶାର କୃଷିଭିତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର
ସମ୍ବଲପୁର, ୨୯, ଡିସେମ୍ବର (ହି.ସ.) - କୃଷି ଓ କୃଷକ ସହିତ ଯୋଡି ହୋଇରହିଛି ପଶ୍ଚିମ ଓଡିଶାର ପର୍ବପର୍ବାଣୀ ଓ ଯାତ୍ରା ବୋଲି ଆଜିର ଆଲୋଚନାଚକ୍ରରେ ଗୁରୁତ୍ୱାରୋପ। ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ଆସନ୍ତା ଜାନୁଆରୀ ୪, ୫ ଓ ୬ ତାରିଖରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁଥିବା ବେଳେ
ସମ୍ବଲପୁର ଲୋକ ମହୋତ୍ସବ :  ପଶ୍ଚିମ ଓଡିଶାର କୃଷିଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର


ସମ୍ବଲପୁର ଲୋକ ମହୋତ୍ସବ :  ପଶ୍ଚିମ ଓଡିଶାର କୃଷିଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର


ସମ୍ବଲପୁର ଲୋକ ମହୋତ୍ସବ :  ପଶ୍ଚିମ ଓଡିଶାର କୃଷିଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର


ସମ୍ବଲପୁର ଲୋକ ମହୋତ୍ସବ :  ପଶ୍ଚିମ ଓଡିଶାର କୃଷିଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର


ସମ୍ବଲପୁର ଲୋକ ମହୋତ୍ସବ :  ପଶ୍ଚିମ ଓଡିଶାର କୃଷିଭିତ୍ତିକ ଯାତ୍ରା ଓ ପର୍ବ ପର୍ବାଣୀ ସମ୍ପର୍କିତ ଆଲୋଚନାଚକ୍ର


ସମ୍ବଲପୁର, ୨୯, ଡିସେମ୍ବର (ହି.ସ.) - କୃଷି ଓ କୃଷକ ସହିତ ଯୋଡି ହୋଇରହିଛି ପଶ୍ଚିମ ଓଡିଶାର ପର୍ବପର୍ବାଣୀ ଓ ଯାତ୍ରା ବୋଲି ଆଜିର ଆଲୋଚନାଚକ୍ରରେ ଗୁରୁତ୍ୱାରୋପ। ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ଆସନ୍ତା ଜାନୁଆରୀ ୪, ୫ ଓ ୬ ତାରିଖରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁଥିବା ବେଳେ, ଆଲୋଚନାଚକ୍ର ଉପସମିତି ପକ୍ଷରୁ କୁଚିଣ୍ଡା ଓ ରେଢ଼ାଖୋଲ ଠାରେ ଉପଖଣ୍ଡୀୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉପସମିତିର ଆବାହକ ପ୍ରଦୀପ କୁମାର ପଣ୍ଡାଙ୍କ ନେତୃତ୍ୱରେ କୁଚିଣ୍ଡା ଠାରେ ଗତ ୨୬ ତାରିଖ ଦିନ ପଶ୍ଚିମ ଓଡିଶାର ମନ୍ଦିର ଓ ଯାନିଯାତ୍ରା ବିଷୟ ଉପରେ ଆଲୋଚନା ହୋଇଥିବା ବେଳେ ଆଜି ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟ ଠାରେ ସଂସ୍କୃତି ଗବେଷକ ତଥା କଳାପାଣି ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୋହନ ସାହୁ ଙ୍କ ସଭାପତିତ୍ୱ ରେ ପଶ୍ଚିମ ଓଡିଶା ର କୃଷି ଭିତିକ ଯାନିଯାତ୍ରା ଓ ପର୍ବପର୍ବାଣି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉପସମିତିର ଆବାହକ ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ବକ୍ତବ୍ୟ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମୁଲ୍ୟ କୃଷ୍ଣ ପାଢ଼ୀ ଭାବେ ଯୋଗଦେଇଥିଲେ । ଆଲୋଚକ ଭାବେ ପ୍ରାଧ୍ୟାପକ ଅଖିଳ ବିଶ୍ୱାଳ ଓ ଅଧ୍ୟାପକ ମନଭଞ୍ଜନ କହଁର, ସମ୍ମାନିତ ଅତିଥି ଭାବରେ ଲୋକ ମହୋତ୍ସବ ଉପଦେଷ୍ଠା ସମିତି ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବିଶେଷ ଅବସରରେ ମାନଭଂଜନ କହଁରଙ୍କ ଦ୍ୱାରା ରଚିତ ରେଢ଼ାଖୋଲର ଲୋକ କାହାଣୀ ପୁସ୍ତକକୁ ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା ।

ଏହି ଅବସରରେ ଆଲୋଚକ ଭାବରେ ଶ୍ରୀ ବିଶ୍ୱାଳ କହିଥିଲେ ଯେ, ଆମ ସମାଜ ରେ ଯେତେବି ପର୍ବ ପର୍ବାଣି, ଯାନିଯାତ୍ରା ଅଛି ସବୁକିଛି ସେଇ କୃଷି ଓ କୃଷକ ସହ ଯୋଡି ହୋଇ ରହିଛି । ସବୁଠି ଅନ୍ନ ର ଗୁରୁତ୍ୱ ରହିଛି । ପଶ୍ଚିମ ଓଡିଶା ର ସଂସ୍କୃତି ଓ ପରମ୍ପରା ର ଏକ ଆକର୍ଷଣ ରହିଛି । ଏଠିକାର ଜୀବନ ଧାରା ସହିତ ଯୋଡି ହୋଇ ରହିଛି ଅନେକ ଲୋକ କଥା କାହାଣୀ ଓ ପର୍ବ ପର୍ବାଣୀ । ଅନ୍ୟତମ ବକ୍ତା ଶ୍ରୀ କହଁର ତାଙ୍କର ବକ୍ତବ୍ୟ ରେ କହିଲେ ଯେ, ରେଢ଼ାଖୋଲ ଅଂଚଳର ସଂସ୍କୃତି ମଧ୍ୟରେ ଲୁଚି ରହିଥିବା ଲୋକ ଧାରା ବିଷୟ ଉଲ୍ଲେଖ କରିଥିଲେ । ଶ୍ରୀ କହଁର ଏହି ଅଂଚଳର ପ୍ରଚଳିତ ଲୋକକଳା ଦଣ୍ଡ ନାଟ ବା ଦଣ୍ଡ ନାଚ ରେ କୃଷି ଓ କୃଷକ ର ବିଭିନ୍ନ ଉପାଦାନ ର ପ୍ରୟୋଗ ଉପରେ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ପାଢ଼ୀ ଆଜିର ପିଢ଼ି ଆମର ଲୋକ ଧାରା ର ଲୋକ ସଂସ୍କୃତି ଉପରେ ଜାଣିବା ଜରୁରୀ କହିଥିଲେ । ଏଥି ସହ ରେଢ଼ାଖୋଲ ଠାରେ ଲୋକ ସଂସ୍କୃତି ଉପରେ ଆଲୋଚନାଚକ୍ର ଆୟୋଜନ କରିଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇଥିଲେ ।

ଆଲୋଚନାଚକ୍ର ର ସଭାପତି ଶ୍ରୀ ସାହୁ ଆଜିର ବକ୍ତା ମାନଙ୍କର ଲୋକ ସଂସ୍କୃତି ଉପରେ ଥିବା ଅଧ୍ୟୟନ ଓ ଉପାଦେୟ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ଉପରେ ଆହୁରି ଆଲୋଚନା ହେବା ଜରୁରୀ ବୋଲି କହିଥିଲେ ।

ଆୟୋଜନ କମିଟି ର ଉପଦେଷ୍ଠା ସଦସ୍ୟ ଶ୍ରୀ ପାଣିଗ୍ରାହୀ ସମ୍ବଲପୁର ଲୋକ ମହୋତ୍ସବର ଉଦ୍ୟେଶ୍ୟ ବିଷୟରେ ଆଲୋକପାତ କରିବା ସହ ଏହି ଆଲୋଚନାଚକ୍ର ର ଆୟୋଜନ ଏକ ସଫଳ ଉଦ୍ୟମ ବୋଲି କହିଥିଲେ ।

ଏହି ଆଲୋଚନାଚକ୍ର ରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଙ୍କ ସହ ଦେଢ଼ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏଥି ସହ ରେଢ଼ାଖୋଲ ଅଂଚଳର କଳା ଓ ସାହିତ୍ୟ ପ୍ରେମୀ ବୁଦ୍ଧିଜୀବୀ ଙ୍କ ସମେତ ଉପସମିତିର ସଦସ୍ୟ ପ୍ରଶାନ୍ତ ମାଝୀ ଓ ସଂଜୀବ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ଆଲୋଚନାଚକ୍ର ଉପସମିତି ର ସହ ଆବାହକ ସୌମିକ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande