
ନୂଆପଡ଼ା, ୩୦ ଡ଼ିସେମ୍ବର (ହି.ସ.) - ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକକ -ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟ ବିବାହମୁକ୍ତ ଭାରତ ପାଇଁ ସଚେତନତା କାର୍ଯ୍ୟକ୍ରମ ଆଜି ଖଡ଼ିଆଳ ତିଖାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ର ଉଦଘୋଷଣାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଖଡ଼ିଆଳ ବନ ବିଭାଗ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ପ୍ରଥମେ ମାଁଙ୍କ ପାଇଁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏକ ସଚେତନ ଶୋଭାଯାତ୍ରା ହରିପୁର ଗ୍ରାମ ଠାରେ ବାହାରିଥିଲା। ପର୍ଯ୍ୟଟନ ସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନାକୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନରେ ସହାୟକ ହେବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ କରିଥିଲେ।
ସଭାରେ ଏସିଏଫ ପ୍ରଶ୍ନଜିତ ନାଏକ, ରେଞ୍ଜର ସିତାରାମ ଶବର, ଜିଲ୍ଲା ପ୍ରେସ କ୍ଳବ ସଭାପତି ପରମେଶ୍ବର ବାରିକ, ସମ୍ପାଦକ ତପନ ଦାଶ, ଏନସିସି ଅଧିକାରୀ ବିଷ୍ଣୁ ଦେବ ସିଂ ମଲ୍ଲିକ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ତଥା ପ୍ରାଧିକରଣର ଅଧିକାର ମିତ୍ର ଘନଶ୍ୟାମ ଶଗରିଆ, ରତ୍ନାଞ୍ଜଳି ସେନାପତି, ପ୍ରତିଭା ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ପ୍ୟାରୀଲାଲ୍ ଦେୱାନ୍ଗନ, ମିରର୍ ଅନୁଷ୍ଠାନର ବହୁ ସ୍ବେଛାସେବୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ